ସଂଗୀତ ମାଧ୍ୟମରେ କରୋନା ସଚେତନତା

ଗଞ୍ଜାମ, ୧୨।୫(ଡି.ଏନ୍‌.ଏ.): ରାଜ୍ୟରେ ଦିନକୁ ଦିନ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ସରକାର ଲକ୍‌ଡାଉନ ଅବଧି ମଧ୍ୟ ବଢ଼ାଇ ଚାଲିଛନ୍ତି l ବିଭିନ୍ନ ସରକାରୀ ଓ ବେସରକାରୀ ସ୍ତରରେ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ଏହି କ୍ରମରେ ଗଞ୍ଜାମ ଜିଲା ପୁଇଁତୋଳା ଗ୍ରାମର ଭାସ୍କର ରାଉଳଙ୍କ ପୁଅ ନୀଳାଞ୍ଚଳ କରୋନା ସମ୍ପର୍କିତ ଅନେକ ଗୀତ ଲେଖି ନିଜେ ଗାଇ ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳୁଛି। ତାଙ୍କର ଏପରି କାମକୁ ଏବଂ ଗୀତକୁ ପ୍ରଶାସନ ଓ ସ୍ଥାନୀୟ ଲୋକେ ପ୍ରଶଂସା କରୁଛନ୍ତି।

Share