ସଂଘର୍ଷରେ ୪୦ ନିହତ

ଦୁବାଇ,୧୨ା୮(ଏଏଫ୍‌ପି): ୟେମେନ୍‌ର ଆଡେନ୍‌ ସହରରେ ସରକାର ସପକ୍ଷବାଦୀ ବାହିନୀ ଓ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟି ୪୦ ଜଣ ନିହତ ହୋଇଥିବାବେଳେ ୨୬୦ ଜଣ ଆହତ ହୋଇଛନ୍ତି। ୮ ତାରିଖରୁ ଉକ୍ତ ସହରରେ ଉତ୍ତେଜନା ଓ ହିଂସାକାଣ୍ଡ ଲାଗି ରହିଛି। ଇଦ୍‌ ପାଳନବେଳେ ମୃତକଙ୍କ ପରିବାରରେ ଶୋକପାଳନ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ବୋଲି ଜାତିସଂଘ ମାନବୀୟ ଆବାହକ ଲିସେ ଗ୍ରାଣ୍ଡେ କହିଛନ୍ତି। ଆହତମାନଙ୍କ ଚିକିତ୍ସା ଲାଗି ଜାତିସଂଘ ପକ୍ଷରୁ ଡାକ୍ତରୀ ଦଳ ପଠାଯାଇଛି। ଘରୁ ବାହାରିପାରୁ ନ ଥିବା ଲୋକମାନେ ଭୋକଉପାସରେ ଦିନ କାଟୁଥିବା ଜଣାପଡିଛି।

Share