ସଂଘର୍ଷର ଦିନକୁ ମନେ ପକାଇଲେ ଜ୍ୟାକ୍‌ଲିନ୍‌: ଡେବ୍ୟୁ ପୂର୍ବରୁ ନାଁ ବଦଳାଇ ମୁସ୍କାନ’ରଖିବାକୁ କୁହାଯାଇଥିଲା

ବମ୍ବେ: ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିସ୍‌ ଏବେ ବଲିଉଡ୍‌ର ଜଣେ ଆଗଧାଡ଼ିର ନାୟିକା। ଅନେକ ଉତ୍ଥାନ ପତନ ପରେ ହିନ୍ଦି ସିନେମା ଜଗତରେ ପ୍ରତିଷ୍ଠିତ ହୋଇପାରିଛନ୍ତି ସେ। ହେଲେ ପ୍ରଥମେ ଏହା ଏତେ ସହଜ ନ ଥିଲା। ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ତାଙ୍କୁ ନାମ ବଦଳାଇବାଠାରୁ ଆରମ୍ଭ କରି ଶରୀରର ବିଭିନ୍ନ ଅଂଶର ସର୍ଜରୀ କରିବାକୁ ପରାମର୍ଶ ଦିଆଯାଇଥିଲା। ଏପରିକି ତାଙ୍କୁ ଭାରତୀୟ ହୋଇନଥିବା କାରଣରୁ ସମାଲୋଚିତ ହେବାକୁ ପଡ଼ୁଥିଲା। ନିକଟରେ ଏକ ସାକ୍ଷାତକାରରେ ନିଜର ସଂଘର୍ଷ ଦିନଗୁଡ଼ିକୁ ମନେ ପକାଇଛନ୍ତି ସେ।

ହିନ୍ଦି ସିନେମାରେ କାମ କରିବା ପୂର୍ବରୁ ଜ୍ୟାକ୍‌ଲିନ୍‌ଙ୍କୁ ନାମ ପରିବର୍ତ୍ତନ କରିବାକୁ କୁହାଯାଇଥିଲା। ତାଙ୍କ ନାଁ ପାଶ୍ଚାତ୍ୟ ନାୟିକାଙ୍କ ଭଳି ଶୁଭୁଥିବାରୁ ଏହାକୁ ବଦଳାଇ ‘ମୁସ୍କାନ’ ରଖିବାକୁ କୁହାଯାଇଥିଲା। କାରଣ ନାମ ନ ବଦଳାଇଲେ କାମ ମିଳିବା କଷ୍ଟକର ଥିଲା। ସେହିଭଳି ପତଳା ଆଇବ୍ରୋକୁ ମୋଟା କରିବା ଏବଂ ଅନ୍ୟାନ୍ୟ ସର୍ଜରୀ କରିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ଏସବୁ ଶୁଣି ମଧ୍ୟ ଜ୍ୟାକ୍‌ଲିନ୍‌ ସ୍ଥିର ଥିଲେ। ନିଜେ ଯେପରି ସେଭଳି ରହିବାକୁ ଚାହିଁଥିଲେ। ସେ ଯେପରି ତାଙ୍କୁ ଦର୍ଶକେ ସେଭଳି ଗ୍ରହଣ କରନ୍ତୁ ବୋଲି ଇଚ୍ଛା ରଖିଥିଲେ ସେ। ଧିରେଧିରେ ତାହା ହିଁ ହୋଇଥିଲା। ଏବେ ସେ ଅନେକେ ହିଟ୍‌ ଫିଲ୍ମରେ କାମ କରି ବାହାବାଃ ସାରିଲେଣି।

ପୂର୍ବରୁ ମଧ୍ୟ ଅନେକ ଅଭିନେତ୍ରୀ ନିଜର ପ୍ରକୃତ ନାମକୁ ପରିବର୍ତ୍ତନ କରି ଲୋକପ୍ରିୟତା ହାସଲ କରିଛନ୍ତି। ହେଲେ ଜ୍ୟାକ୍‌ଲିନ୍‌ ସେଭଳି ନ କରି ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କୁoହାଯାଉଛି। ଆଗାମୀ ଦିନରେ ତାଙ୍କର ଫିଲ୍ମ ‘ଆଟାକ୍‌’ ରିଲିଜ୍‌ ହେବାକୁ ଯାଉଛି। ଏଥିସହ ବିଗ୍‌ବସ୍‌ର ରନର୍ସ ଅପ୍‌ ରହିଥିବା ଆସିମ୍‌ଙ୍କ ସହ ଏକ ଆଲବମ୍‌ରେ କାମ କରିବାକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି ସେ।

Share