Advertisement

ସଂଘ-ସରକାର-ସଂଗଠନଙ୍କ ଅଯୋଧ୍ୟା ଯୋଜନା: କାଶୀ-ମଥୁରା ନେଇ ଦିଆଯିବନି କୌଣସି ମନ୍ତବ୍ୟ

ନୂଆଦିଲ୍ଲୀ,୭।୧୧: ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପୂର୍ବରୁ ସଂଘ(ଆର୍‌ଏସ୍‌ଏସ୍‌), ସରକାର ତଥା ବିଭିନ୍ନ ସହଯୋଗୀ ସଂଗଠନ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଅନ୍ତର୍ଗତ ସଂଘର ସହଯୋଗୀ ସଂଗଠନ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ଅଖିଳ ବିଦ୍ୟାର୍ଥୀ ପରିଷଦ ସଦସ୍ୟଙ୍କୁ ସତର୍କ କରାଯାଇଛି। ରାୟ ପ୍ରକାଶ ପାଇବା ପରେ କ’ଣ କରାଯିବ ଏବଂ କେଉଁ କାର୍ଯ୍ୟ କରା ନଯିବ ସେ ନେଇ ନିର୍ଦ୍ଦେଶ ଜାରି କରାଯାଇଛି। ରାୟ ପରେ ସମସ୍ତଙ୍କୁ ବିବାଦୀୟ ମନ୍ତବ୍ୟଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ରାୟ ପରେ କାଶୀର ବିଶ୍ୱନାଥ ମନ୍ଦିର ନିକଟରେ ଥିବା ଜ୍ଞାନବ୍ୟାପୀ ମସଜିଦ୍‌ ଏବଂ ମଥୁରାର କୃଷ୍ଣ ଜନ୍ମଭୂମି ନିକଟରେ ଥିବା ମସଜିଦ୍‌ ସମ୍ପର୍କରେ କୌଣସି ବିବାଦୀୟ ମନ୍ତବ୍ୟ ନ ଦେବାକୁ ସଂଘ ପକ୍ଷରୁ ଭାଜପା ନେତା ତଥା ଅନ୍ୟ ସଂଗଠନ ସଦସ୍ୟଙ୍କୁ ମନା କରାଯାଇଛି। ମୁସଲମାନ୍‌ ସମ୍ପ୍ରଦାୟଙ୍କ ମଧ୍ୟରେ ଦେଖାଦେଇଥିବା ଶଙ୍କା ଦୂର ପାଇଁ ସଂଘ ପ୍ରମୁଖ ମୋହନ ଭାଗଓ୍ବତଙ୍କ ସହିତ ଅନ୍ୟ ପଦାଧିକାରୀ ବିଭିନ୍ନ ମୁସଲମାନ୍‌ ନେତାଙ୍କୁ ଭେଟିବା ଜାରି ରଖିଛନ୍ତି। ରାୟ ପ୍ରକାଶ ପରେ ଭାଗଓ୍ବତ ପ୍ରଥମେ ଖବରଦାତା ସମ୍ମିଳନୀର ଆୟୋଜନ କରିବେ ବୋଲି କୁହାଯାଉଛି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବୃତି ଦେବାର ସମ୍ଭାବନା ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share