Categories: ଜାତୀୟ

ସଂଧ୍ୟା ବେଳେ ଚାଲୁ ନ ଥିଲା ଗୁଗଲର କୌଣସି ଆପ୍‌, ଜାଣନ୍ତୁ ତା’ର କାରଣ

ୟୁଟ୍ୟୁବ, ଜି-ମେଲ ସମେତ ଗୁଗୁଲର ଅନ୍ୟ କୌଣସି ଆପ ସୋମବାର ସଂଧ୍ୟା ୫ଟା ପରେ କାମ କରୁ ନ ଥିଲା। ଏ ନେଇ ସୋସିଆଲ ମିଡିଆରେ ସମାଲୋଚନାର ସମ୍ମୁଖୀନ ହୋଇଥିଲା ଗୁଗଲ। ହ୍ୟାସଟ୍ୟାଗ ଗୁଗୁଲ ଡାଉନ ଲେଖି ଟୁଇଟ କରିବା ଆରମ୍ଭ କରିଦେଇଥିଲେ ୟୁଜର୍ସ। କିଛି ମିନିଟରେ ଏହା ଟୁଇଟରରେ ଟ୍ରେଣ୍ଡିଂ ପାଲଟିଥିଲା।

ତେବେ ସର୍ଭର ଡାଉନ୍‌ ଯୋଗୁ ୟୁଜର୍ସ କୌଣସି ଗୁଗଲ ଆପ୍ସ ୟୁଜ କରିପାରି ନ ଥିଲେ। ହେଲେ ଏହା ପଛର କୌଣସି କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରି ନାହିଁ ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ।

ଉଲ୍ଲେଖଥାଉ କି, କେବଳ ୟୁଟ୍ୟୁବ କି ଜି-ମେଲ ନୁହେଁ, ପୂରା ଦେଶରେ ଗୁଗୁଲ ଡ୍ରାଇଭ, ହ୍ୟାଙ୍ଗଆଉଟ୍‌, ଗୁଗୁଲ ମିଟ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଆପ୍ସର ସେବା ବନ୍ଦ ହୋଇଯାଇଥିଲା। ଏବେ ସମସ୍ତ ଆପ ଠିକ୍‌ ରୂପେ କାର୍ଯ୍ୟ କରୁଛି।

 

Share