ସଂଯୋଗ ନ ଥାଇ ପହଞ୍ଚିଲା ବିଲ୍‌

ବନ୍ତଳା, ୧୫।୩(ଡ଼ି.ଏନ୍‌.ଏ) – ୪ ବର୍ଷ ହେଲା ଟ୍ରାନ୍ସଫର୍ମର ଚୋରି ହୋଇଯାଇଛି। ସେବେଠାରୁ ନୂଆ ଟ୍ରାନ୍ସଫର୍ମର ଲାଗିନି କି ବିଦ୍ୟୁତ୍‌ ସଂଯୋଗ ହୋଇନି। ତଥାପି ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଚାଷୀଙ୍କ ପାଖକୁ ପଠାଯାଇଛି ବିଲ୍‌। ଏ ନେଇ ଅନୁଗୋଳ ଜିଲା ନୂଆମୌଜା ପଞ୍ଚାୟତ ଶରଧାପୁର ନିକଟ ବଳରାମପୁର-୨ ଅଞ୍ଚଳବାସୀ ଆଶ୍ଚର୍ଯ୍ୟ ହେବା ସହ ବିଭାଗ ନିକଟରେ ପ୍ରତିବାଦ କରିଛନ୍ତି। ସାଧାରଣ ଉପଭୋକ୍ତାଙ୍କୁ ଏପରି ଭାବେ ଲୁଟ୍‌ କରାଯାଉଥିବା ସେମାନେ ଅଭିଯୋଗ କରିିଛନ୍ତି।
ଅଭିଯୋଗରୁ ଜଣାଯାଏ, ଅନୁଗୋଳ ବିଦ୍ୟୁତ୍‌ ଉପଖଣ୍ଡ ସବ୍‌ଷ୍ଟେଶନ ଅଧୀନ ୧ ନମ୍ବର ସେକ୍ସନ ନୂଆମୌଜା ପଞ୍ଚାୟତ ଶରଧାପୁର ନିକଟ ବଳରାମପୁର-୨ରେ ୨୦୧୬ ଜୁନ୍‌ ୧ରେ ଅଞ୍ଚଳକୁ ଚାଷ ପାଇଁ ଲଗାଯାଇଥିବା ୨୫ କେଭିର ଟ୍ରାନ୍ସଫର୍ମରଟି ଚୋରି ହୋଇଯାଇଥିଲା। ଚାଷୀମାନଙ୍କ ଅଭିଯୋଗ ପରେ ୨୦୧୬ ଜୁନ ୨୨ରେ ସେସୁ ୧ ନମ୍ବର ସେକ୍ସନର ଜୁନିୟର ମ୍ୟାନେଜର ତପନ କୁମାର ନାୟକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା। ସେବେଠାରୁ ଉକ୍ତ ସ୍ଥାନରେ ନୂତନ ଟ୍ରାନ୍ସଫର୍ମର ଲଗାଯାଇ ନ ଥିବାରୁ ଚାଷୀମାନେ ଚାଷ କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ ବିଭାଗ ଓ ଏନ୍‌ଜେଏନ୍‌ ପକ୍ଷରୁ ମନମୁଖି କାମ କରାଯାଉଥିବା ଯୋଗୁ ଏପରି ହୋଇଥିବା ଉପଭୋକ୍ତା ଚାଷୀମାନେ ଅଭିଯୋଗ କରିଛନ୍ତି। ୪ ବର୍ଷ ମଧ୍ୟରେ କେବେ ବିଦ୍ୟୁତ ବିଲ୍‌ ଆସି ନ ଥିବାବେଳେ ଗତ ୫ ତାରିଖରେ ହିତାଧିକାରୀ ବଳରାମପୁର-୨ର ଅଶୋକ ରାଏଙ୍କ ନାମରେ ୧୬ ହଜାର ୨୬ ଟଙ୍କାର ଏକ ବିଲ୍‌ ଆସିଛି। ଅଶୋକଙ୍କ ସହିତ ଅନ୍ୟ ୫ ଜଣ ଉପଭୋକ୍ତାଙ୍କ ନିକଟକୁ ମଧ୍ୟ ବିଲ୍‌ ଆସିଛି। ଗୋଟିଏ ବିଲ୍‌ ଫାର୍ମହାଉସ୍‌ ପାଖରେ ଦିଆଯାଇଥିବାବେଳେ ଅନ୍ୟ ଏକ ନକଲ ବିଲ୍‌ ଘରେ ଦିଆଯାଇଛି। ହଠାତ ଏଭଳି ବିଲ୍‌ ଆସିବା ଦେଖି ହିତାଧିକାରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ୧ ନମ୍ବର ବିଦ୍ୟୁତ ସେକ୍ସନ୍‌ର ଜେଇ ତପନ କୁମାର ନାଏକ କହିଛନ୍ତି, ଭୁଲରେ ବିଲ୍‌ ପଳାଇଯାଇଛି। ଅଧିକାରୀଙ୍କୁ କହି କାଟି ଦିଆଯିବ। ଏନ୍‌ଜେନ୍‌ ଏସ୍‌ଡିଓ ସତ୍ୟବ୍ରତ ସାମଲ କହିଛନ୍ତି, ଯଦି ବିଲ୍‌ ପହଞ୍ଚତ୍ଛି ତେବେ ଏହାକୁ ରଦ୍ଦ କରିଦିଆଯିବ। ସେସୁ ଅନୁଗୋଳ ସବ୍‌ଡିଭିଜନ୍‌ ଏସ୍‌ଡିଓ ଶିବ ପ୍ରସାଦ ବଳିୟାରସିଂ କହିଛନ୍ତି, ଏଭଳି ହେବା କଥା ନୁହେଁ। ଏହାର ଅନୁଧ୍ୟାନ କରାଯିବ। ଅନୁଗୋଳ ସେସୁ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ସୁବ୍ରତ ସାହୁ କହିଛନ୍ତି, ଘଟଣାର ତର୍ଜମା କରାଯିବ। ଯଦି ଏଭଳି ହୋଇଛି ତେବେ ଉପଭୋକ୍ତା ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ବିଲ୍‌କୁ ରଦ୍ଦ କରାଯିବ। ନୂତନ ଟ୍ରାନ୍ସଫର୍ମର ପାଇଁ ଅଭିଯୋଗ ପତ୍ର ଦାଖଲ କଲେ ତାହା ମଧ୍ୟ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ୨୧ ପ୍ଲଟ୍‌, ବିପୁଳ ସମ୍ପତ୍ତି ଠାବ

ଭୁବନେଶ୍ୱର,୧୬।୪: ଅନୁଗୁଳ ଜିଲାର ଆଠମଲ୍ଲିକ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କ ଘର ତଲାସୀ ସମୟରେ ୨୧ ଟି ମୂଲ୍ୟବାନ ପ୍ଲଟ୍, ୩୨୬...

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଇଣ୍ଡା,୧୬।୪(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ...

ପୋଲରେ ପିଟି ହୋଇ ଜଳିଗଲା କାର୍‌

ଅନୁଗୋଳ,୮।୪: ଅନୁଗୋଳ ଜିଲା ସଦର ଥାନା କୁଇଓ ନିକଟରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଛି। ହେଲେ କାର୍‌ ଡ୍ରାଇଭର ସୁରକ୍ଷିତ ରହିଥିବା ସୂଚନା...

ତାତିଲେ ବିଦ୍ୟୁତ୍‌ ଉପଭୋକ୍ତା

ଅନୁଗୋଳ ଅଫିସ ୭।୪(ମାନସ ବିଶ୍ୱାଳ)- ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏଶନର(ଏଆଇଇସିଏ) ଆହୱା କ୍ରମେ ୧ରୁ ୭ ଏପ୍ରିଲ ଦେଶବ୍ୟାପୀ ପ୍ରତିବାଦ ସପ୍ତାହ ଜାରି ରହିଛି...

ଅନୁଗୋଳରେ ଏନକାଉଣ୍ଟର, କୁଖ୍ୟାତ ଅପରାଧି କ୍ଷୀରୋଦ ନାୟକ ଗୁରୁତର 

ଅନୁଗୋଳ ଅଫିସ,୬।୪(ମାନସ ବିଶ୍ୱାଳ): ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ କୁରୁଡ଼ୋଲ ହନୁମାନ ବାଟିକା ନିକଟ ଆମ୍ବ ବଗିଚା ଠାରେ ଶନିବାର ବିଳମ୍ବତ ରାତିରେ ଏନକାଉଣ୍ଟର ହୋଇଛି।...

କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକକୁ ଏନକାଉଣ୍ଟର, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ତାଳଚେର,୩।୪(ମନୋଜ ନନ୍ଦ): ତାଳଚେର ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ସୁଶାନ୍ତ ନାୟକ ଗୁରୁତର । ତାଳଚେର ଥାନା ଅଞ୍ଚଳରେ ତାଳଚେର ଥାନା ଏବଂ...

ଟ୍ରଲର ଦୁର୍ଘଟଣା: ୨୦ ଘଣ୍ଟା ରାସ୍ତା ଜାମ

ଅନୁଗୋଳ,୧।୪(ମାନସ ବିଶ୍ୱାଳ): ଅନୁଗୋଳ ସହର ହନୁମାନ ବଜାରରେ ଏକ ଟ୍ରଲର ଦୁର୍ଘଟଣା ଘଟି ୨୦ ଘଣ୍ଟା ରାସ୍ତା ଜାମ ହୋଇଛି। ଫଳରେ ଲୋକଙ୍କ ଯାତାୟତରେ ନାହିଁ...

ନାଳରେ ପଡିଛି ଦନ୍ତାହାତୀର ମୃତଦେହ

ପାଲଲହଡ଼ା,୪।୧: ଅନୁଗୋଳ ଜିଲା ସଇଡ଼ା ପଞ୍ଚାୟତ ବିଜୁସାହି ନିକଟ ନାଳରେ ମଙ୍ଗଳବାର ଏକ ଦନ୍ତାହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image