ସଂଶୋଧିତ ଭୋଟର ତାଲିକା ପାଇଁ ପ୍ରକ୍ରିୟା ଆରମ୍ଭ

ପୁରୀ ଅଫିସ,୧୯।୧୨ : ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧିତ ଭୋଟର ତାଲିକା ପ୍ରକାଶନ ନିମନ୍ତେ ପୁରୀ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଜାନୁୟାରୀ ପହିଲା ସୁଦ୍ଧା ୧୮ବର୍ଷ ପୂରଣ ହେଉଥିବା ନାଗରିକମାନେ ଏହି ତାଲିକାରେ ସାମିଲ ହୋଇପାରିବେ। କାହାର କୌଣସି ଆପତ୍ତି ଅଭିଯୋଗ ଥିଲେ ସେମାନେ ଆସନ୍ତା ୧୫ ତାରିଖ ସୁଦ୍ଧା ସମ୍ପୃକ୍ତ ମତଦାନ କେନ୍ଦ୍ରରେ ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କ ମାଧ୍ୟମରେ ଦାଖଲ କରିପାରିବେ । ଆସନ୍ତା ମାସ ୨୭ ତାରିଖ ସୁଦ୍ଧା ସମସ୍ତ ଅଭିଯୋଗର ସମାଧାନ କରାଯାଇ ଫେବୃୟାରୀ ୪ ତାରିଖ ସୁଦ୍ଧା ଯୋଗ ତାଲିକା ପ୍ରକାଶ ପାଇବ ଏବଂ ଏହି ମାସ ୭ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ। ନୂତନ ଭୋଟର ଭାବେ ନାମ ପଞ୍ଜୀକରଣ ନିମନ୍ତେ ଫର୍ମ ନଂ-୬, ପ୍ରବାସୀ ଭାରତୀୟ ଭାବେ ନାମ ପଞ୍ଜୀକରଣ ନିମନ୍ତେ ଫର୍ମ ନଂ-୬(କ), ତାଲିକାରୁ ନାମ ବାଦ୍‌ ନିମନ୍ତେ ଫର୍ମ ନଂ-୭, ତ୍ରୁଟି ସଂଶୋଧନ ନିମନ୍ତେ ଫର୍ମ ନଂ-୮ ଏବଂ ଭୋଟରଙ୍କ ନାମ ସ୍ଥାନାନ୍ତରୀକରଣ ନିମନ୍ତେ ଫର୍ମ ନଂ-୮(କ) ଦାଖଲ କରାଯାଇପାରିବ। ଏହି ପ୍ରକ୍ରିୟାରେ ସହଯୋଗ କରିବା ନିମନ୍ତେ ସମସ୍ତ ଜନସାଧାରଣ ଏବଂ ରାଜନୈତିକ ଦଳଗୁଡ଼ିକୁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Share