Categories: ବାଣିଜ୍ୟ

ସଂଶୋଧିତ ହେବ ଆଇବିସି ନିୟମ; ଆସନ୍ତା ବର୍ଷ ଲାଗୁ କରାଯିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୨-୪: ଋଣପ୍ରଦାନକାରୀ ଏବଂ ଗ୍ରହିତାଙ୍କ ମଧ୍ୟରେ ବର୍ତ୍ତମାନ ପରିଦୃଶ୍ୟରେ ମତପାର୍ଥକ୍ୟ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି)ରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହାକୁ ଆସନ୍ତା ଆର୍ଥିକ ବର୍ଷରୁ ଲାଗୁ କରାଯିବ ବୋଲି ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି ବୋର୍ଡ ଅଫ୍‌ ଇଣ୍ଡିଆ(ଆଇବିବିଆଇ) ପକ୍ଷରୁ କୁହାଯାଇଛି। ଆଇବିସି, ୨୦୧୬ରେ ସଂଶୋଧନ ନେଇ ଆଇବିବିଆଇ ସମସ୍ତ ଷ୍ଟେକ୍‌ହୋଲ୍ଡରଙ୍କଠାରୁ ମତାମତ ଆହ୍ବାନ କରିଛି। ନିକଟରେ ସୁପ୍ରିମକୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କର ଫେବୃୟାରୀ ୧୨ ସର୍କୁଲାରକୁ ରଦ୍ଦ କରିଦେବା ପରେ ଆଇବିସିରେ ସଂଶୋଧନ ଜରୁରୀ ହୋଇପଡିଛି। ଏହି କାରଣରୁ ଆଇବିବିଆଇ ଭଲ୍ୟୁଣ୍ଟାରୀ ଲିକ୍ୟୁଇଡେଶନ ପ୍ରୋସେସ୍‌, ୨୦୧୭, ଫାଷ୍ଟ ଟ୍ରାକ୍‌ କର୍ପୋରେଟ ଇନ୍‌ସଲଭେନ୍ସି ରିଜଲ୍ୟୁଶନ ପ୍ରୋସେସ ରେଗୁଲେଶନ, ୨୦୧୭, ଲିକ୍ୟୁଇଡେଶନ ପ୍ରୋସେସ୍‌, ୨୦୧୬ ଏବଂ ଇନ୍‌ସଲଭେନ୍ସି ରିଜଲ୍ୟୁଶନ ପ୍ରୋସେସ୍‌ ଫର୍‌ କର୍ପୋରେଟ ପର୍ସନ୍ସ, ୨୦୧୬ରେ ସଂଶୋଧନ ପ୍ରସ୍ତାବ ରହିିଛି।

Share