Categories: ଜାତୀୟ

ସଂସଦରେ ମୋଦିଙ୍କୁ ଭେଟିଲେ ଜଣେ ସ୍ବତନ୍ତ୍ର ବନ୍ଧୁ

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବହୁ ପ୍ରଶଂସକ ଥିବା ବେଳେ ମଙ୍ଗଳବାର କିନ୍ତୁ ମୋଦି ଜଣେ ସ୍ବତନ୍ତ୍ର ବନ୍ଧୁଙ୍କୁ ଭେଟିଛନ୍ତି। ସଂସଦରେ ଉପସ୍ଥିତ ଥିବା ବେଳେ ମୋଦି ଜଣେ ଶିଶୁଙ୍କ ସହ ଖୁସି ମନାଉଥିବା ଦେଖିବାକୁ ମିଳିଛି। ମୋଦିଙ୍କ ଇନଷ୍ଟ୍ରଗ୍ରାମ ଆକାଉଣ୍ଟର ଏହି ଫଟୋଟି ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଶିଶୁ ଜଣଙ୍କ କିଏ ସେ ସର୍ମ୍ପକରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ମୋଦି କିନ୍ତୁ ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି ସେ ହେଉଛନ୍ତି ତାଙ୍କର ସ୍ବତନ୍ତ୍ର ବନ୍ଧୁ। କୁହାଯାଉଛି ଶିଶୁ ଜଣଙ୍କ ହେଉଛନ୍ତି ମଧ୍ୟପ୍ରଦେଶ ଉଜ୍ଜୟିନର ଏମ୍‌ପି ସତ୍ୟନାରାୟଣ ଜାଟିୟାଙ୍କ ନାତି।

ମଙ୍ଗଳବାର ସତ୍ୟନାରାୟଣ ତାଙ୍କ ବୋହୂ, ପୁଅ ଓ ନାତିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିବାକୁ ଆସିଥିବା ସମୟରେ ମୋଦି ସତ୍ୟନାରାୟଣଙ୍କ ନାତିଙ୍କ ସହ ଖେଳୁଥିବା ଫଟୋଟି ତାଙ୍କ ଇନଷ୍ଟାଗ୍ରାମରେ ଅପଲୋଡ କରାଯାଇଛି।

Share