Categories: ଜାତୀୟ

ସଂସଦର ଶୀତ ଅଧିବେଶନ: ନଭେମ୍ବର ୧୮ରୁ ଡିସେମ୍ବର ୧୩

ନୂଆଦିଲ୍ଲୀ,୨୧।୧୦: ସଂସଦର ଶୀତ ଅଧିବେଶନ ନଭେମ୍ବର ୧୮ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ଏନେଇ ସଂସଦୀୟ କାର୍ଯ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକ ସଭା ଏବଂ ରାଜ୍ୟ ସଭା ସଚିବଙ୍କୁ ସୂଚନା ପ୍ରଦାନ କରାଯାଇଛି। ଶୀତ ଅଧିବେଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି। ଏହି ଅଧିବେଶନରେ ଅଧ୍ୟାଦେଶ ଅରାଯାଇଥିବା ଆୟକର ଅଧିନିୟମ ୧୯୬୧ ଏବଂ ଫାଇନାନ୍ସ୍‌ ଅଧିନିୟମ ୨୦୧୯ ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି। ଆୟକର ଅଧିନିୟମ ୧୯୬୧ ଆଇନରେ ପରିଣତ ହେଲେ ଘରୋଇ ଉଦ୍ୟୋଗ ବିକଶିତ ହେବ। ସେହିପରି ଫାଇନାନ୍ସ୍‌ ଅଧିନିୟମ ୨୦୧୯ ଅନ୍ତର୍ଗତ ଇ-ସିଗାରେଟ୍‌ ଏବଂ ଏହାର ଅନ୍ୟାନ୍ୟ ଉପକରଣ ନିର୍ମାଣ,ଷ୍ଟୋରେଜ୍‌ ଏବଂ ବିକ୍ରି ଲାଗି ଆଇନ ପ୍ରଣୟନ କରାଯାଇ ପାରିବ।

Share