ସଂସଦୀୟ ବ୍ୟାପାର ବିଭାଗରେ କାର୍ଯ୍ୟକାରୀ ହେବ ୫-ଟି

ଭୁବନେଶ୍ୱର,୬।୧୨ (ବ୍ୟୁରୋ): ସଂସଦୀୟ ବ୍ୟାପାର ବିଭାଗରେ ୫-ଟି କାର୍ଯ୍ୟକାରୀ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ୫-ଟି ଆଧାରରେ ବିଭାଗରେ କେତେକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତାବ ରହିଛି। ବିଧାନସଭାରେ ଏକକାଳୀନ ବ୍ୟାଖ୍ୟାକରଣ ଓ ସେବାପ୍ରଦାନ ବ୍ୟବସ୍ଥାକୁ ଇଂଲିଶରୁ ଓଡ଼ିଆ ଓ ଓଡ଼ିଆରୁ ଇଂଲିଶରେ ଆରମ୍ଭ କରାଯିବ।
କାଗଜଶୂନ୍ୟ (ପେପରଲେସ୍‌) ଇ-କ୍ୟାବିନେଟ୍‌ ବୈଠକର ଅୟମାରମ୍ଭ କରାଯିବା ସହିତ ବିଧାନସଭା ସମ୍ବନ୍ଧୀୟ ବିଷୟକୁ ସ୍ବୟଂକ୍ରିୟ, ନ୍ୟାଶନାଲ ଇ-ବିଧାନ ଆପ୍ଲିକେଶନ୍‌ (ଏନ୍‌ଇଭିଏ)ର କାର୍ଯ୍ୟାନ୍ବୟନ ଏବଂ ଓସ୍ବାସ୍‌(ଓଏସ୍‌ଡବ୍ଲ୍ୟୁଏସ୍‌)ର ଏକୀକରଣ କରାଯିବାର ପ୍ରସ୍ତାବ ରହିଛି। ସେହିଭଳି ବାଚସ୍ପତିଙ୍କ ପରାମର୍ଶ କ୍ରମେ ଗଣମାଧ୍ୟମକୁ ସମ୍ବୋଧନ ନିମନ୍ତେ ଏକ ସ୍ବତନ୍ତ୍ର ଗଣମାଧ୍ୟମ ସମ୍ବୋଧନ ପ୍ରକୋଷ୍ଠ ସୃଷ୍ଟି କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀ, ଅନ୍ୟ ସରକାରୀ/ବିଧାନସଭା ପଦାଧିକାରୀମାନେ ଗଣମାଧ୍ୟମ ସମ୍ମୁଖରେ ବକ୍ତବ୍ୟ ରଖିବେ।

Share