ନୂଆଦିଲ୍ଲୀ,୧୨ା୧୧(ପି.ଟି.): ରାଜ୍ୟ ସଭା ଅଧ୍ୟକ୍ଷ ଏମ୍ ଭେଙ୍କାୟା ନାଇଡୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂଙ୍କୁ ଅର୍ଥ ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ମନୋନୀତ କରିଛନ୍ତି। ଦିଗ୍ବିଜୟ ସିଂଙ୍କ ସ୍ଥାନରେ ତାଙ୍କୁ ନିଆଯାଇଛି। ଦିଗ୍ବିଜୟ ସହରାଞ୍ଚଳ ବିକାଶ ଷ୍ଟାଣ୍ଡିଂ କମିଟିକୁ ମନୋନୀତ ହୋଇଥିବା ଜଣାପଡିଛି। ମନମୋହନଙ୍କୁ ଅର୍ଥ କମିଟିରେ ନେବା ଲାଗି ଦିଗ୍ବିଜୟ ସେଥିରୁ ଇସ୍ତଫା ଦେଇଥିଲେ। ଗତ ଜୁନ୍ରେ ମନମୋହନଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ଶେଷ ହୋଇଥିଲାବେଳେ ଅଗଷ୍ଟରେ ସେ ରାଜସ୍ଥାନରୁ ପୁଣିଥରେ ଉଚ୍ଚ ସଦନକୁ ନିର୍ବାଚିତ ହୋଇଛନ୍ତି।