Categories: ଜାତୀୟ

ସଂସଦ କ୍ୟାଣ୍ଟିନ୍‌ରେ ଏବେ ମିଳିବନି ଖାଦ୍ୟରେ ରିହାତି: ବର୍ଷକୁ ସଞ୍ଚୟ ହେବ ୧୭ କୋଟି !

ନୂଆଦିଲ୍ଲୀ,୫।୧୨: ଏଣିକି ସଂସଦ କ୍ୟାଣ୍ଟିନ୍‌ରେ ଆଉ ଖାଦ୍ୟରେ ରିହାତି ମିଳିବନି। ଏଠାରେ ଖାଦ୍ୟ ଉପରେ ଦିଆଯାଉଥିବା ରିହାତିକୁ ବନ୍ଦ କରି ଦିଆଯିବ। ଲୋକସଭା ବାଚସ୍ପତି ଓମ୍‌ ବିରଳାଙ୍କ ଏହି ପ୍ରସ୍ତାବ ଉପରେ ବିଜ୍‌ନେସ୍‌ ଆଡ଼ଭାଇଜରୀ କମିଟି ଆଲୋଚନା କରିଥିଲେ। ଏହି ପ୍ରସ୍ତାବକୁ ବହୁ ରାଜନୈତିକ ଦଳ ସମର୍ଥନ ମଧ୍ୟ କରିଛନ୍ତି। ଏହାଦ୍ୱାରା ଏଣିକି ସରକାରଙ୍କର ବର୍ଷକୁ ୧୭ କୋଟି ଟଙ୍କା ସଞ୍ଚୟ ହୋଇପାରିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଜେଏନ୍‌ୟୁ ଛାତ୍ର ମାନେ ଫି ବୃଦ୍ଧି ନେଇ କରିଥିବା ବିକ୍ଷୋଭ ସମୟରେ ସଂସଦରେ ରିହାତିରେ ଖାଦ୍ୟ ମିଳିବା କେତେଦୂର ଯୁକ୍ତିଯୁକ୍ତ। ଶିକ୍ଷାକ୍ଷେତ୍ରରେ ରିହାତି ନ ମିଳୁଥିବାବେଳେ ସଂସଦ କ୍ୟାଣ୍ଟିନ୍‌ରେ ଖାଦ୍ୟରେ କାହିଁକି ରିହାତି ଦିଆଯାଉଛି ବୋଲି ସେମାନେ ଦର୍ଶାଇଥିଲେ। ଗତ ଲୋକସଭାରେ କ୍ୟାଣ୍ଟିନ୍‌ରେ ମିଳୁଥିବା ଖାଦ୍ୟରେ ରିହାତିକୁ କମ୍‌ କରାଯାଇଥିଲା। ତେବେ ଏବେ ଏହାକୁ ସମ୍ପୂର୍ଣ୍ଣ ଉଠାଇ ଦିଆଯିବ ବୋଲି କୁହାଯାଉଛି।

Share