ନୂଆଦିଲ୍ଲୀ,୧୧।୭: ତ୍ରୁଣ ମୂଳ କଂଗ୍ରେସ୍ ଏମ୍ପି ପ୍ରସୁନ ବାନାର୍ଜୀ ଗୁରୁବାର ସଂସଦ ଭବନ ପରିସରରେ ଯେତେବେଳେ ଫୁଟବଲ ଖେଳିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ବାନାର୍ଜୀ ଅନ୍ତର୍ଜାତୀୟ ସ୍ତରର ଫୁଟବଲ ଖେଳାଳି ହୋଇଥିବା ବେଳେ ଏହି ଖେଳକୁ ପ୍ରମୋଟ କରିବା ପାଇଁ ସେ ସଂସଦ ଭବନରେ ଫୁଟବଲ ଖେଳି ପ୍ରଧାନମନ୍ତ୍ରୀ ଓ କ୍ରୀଡା ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହା କୌଣସି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ବୋଲି ସେ କହିଥିଲେ। ଆଉ ସେ ଆଶା କରିଛନ୍ତି କି ଭବିଷ୍ୟତରେ ଭାରତ ଓ୍ବାର୍ଲଡ କପ୍ ଫୁଟବଲରେ ଭାଗ ନେବ। ଆଉ ଏ ନେଇ ସେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ ବୋଲି ମଧ୍ୟ କହିଛନ୍ତି।