Categories: ଜାତୀୟ

ସଂସ୍କୃତକୁ ମୃତ ଭାଷା କହିଲେ ମାରାନ

ନୂଆଦିଲ୍ଲୀ,୧୧ା୨(ପି.ଟି.): ଡିଏମ୍‌କେ ନେତା ଦୟାନିଧି ମାରାନ ସଂସ୍କୃତକୁ ଏକ ମୃତ ଭାଷା କହି ଏହାର ପ୍ରାସଙ୍ଗିକତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିବାରୁ ଏହାକୁ ନେଇ ଲୋକ ସଭାରେ ଉତ୍ତେଜନା ଦେଖାଦେଇଥିଲା। ଏଭଳି ମନ୍ତବ୍ୟ ପାଇଁ ମାରାନ କ୍ଷମା ମାଗନ୍ତୁ ବୋଲି ଶାସକ ଦଳର ସଦସ୍ୟମାନେ ଦାବି କରିଥିଲେ। ଗୃହର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ରେକର୍ଡରୁ ମାରାନଙ୍କ ଆପତ୍ତିଜନକ ମନ୍ତବ୍ୟକୁ ବାଦ୍‌ ଦିଆଯାଇଛି। ସୋମବାର କେନ୍ଦ୍ରୀୟ ବଜେଟ ଉପରେ ଆଲୋଚନା ଚାଲିଥିବାବେଳେ ଡିଏମ୍‌କେ ସଦସ୍ୟ କହିଥିଲେ ସଂସ୍କୃତ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ତାମିଲ ଭାଷା ପାଇଁ ସରକାର କ’ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ତାଙ୍କ ମନ୍ତବ୍ୟକୁ କେନ୍ଦ୍ର ଅର୍ଥ ରାଷ୍ଟ୍ରପତି ଅନୁରାଗ ଠାକୁର ବିରୋଧ କରିଥିଲେ। ଆମେ ସବୁ ଭାଷାକୁ ସମ୍ମାନ ଦେଉଛୁ। ସଂସ୍କୃତ ସମ୍ପର୍କରେ ମାରାନଙ୍କ ମନ୍ତବ୍ୟ ନିନ୍ଦନୀୟ ବୋଲି ଠାକୁର କହିଥିଲେ।

Share