ସଉଦା କିଣି ଫେରୁଥିବା ବେଳେ ଧକ୍କାଦେଲା ଟ୍ରକ୍‌ : ଜଣଙ୍କ ଜୀବନଗଲା

ଜେନାପୁର,୮।୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଚଢ଼େଇଧରା ହାଟ ନିକଟସ୍ଥ ରାଣୀବନ୍ଧ ପୋଲ ନିକଟରେ ଶୁକ୍ରବାର ଟ୍ରକ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ଜଣଙ୍କ ଶ୍ୟାମସୁନ୍ଦରପୁର ଗ୍ରାମର ଭାସ୍କର ବେହେରା(୫୩) ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଭାସ୍କର ସଉଦା ନେଇ ହାଟରୁ ଫେରୁଥିବା ବେଳେ ୫୩ ନଂ. ଜାତୀୟ ରାଜପଥ ରାଣୀବନ୍ଧ ପୋଲ ନିକଟରେ ଡ଼ୁବୁରୀରୁ ଚଣ୍ଡିଖୋଲ ଯାଉଥିବା ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଜେନାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ଲାଗି ବଡ଼ଚଣା ମେଡିକାଲ ପଠାଇଛି।