Advertisement

ସକାରାତ୍ମକ ମାନସିକତା ଓ ବିଶ୍ରାମ

ପ୍ରତିଦିନ ଆମେ ଅତିକମ୍‌ରେ ୬-୭ ଘଣ୍ଟା ଶୋଇବା ଆବଶ୍ୟକ। ଏଥିରେ ଅନିୟମିତତା ହେଲେ ତାହା ପରୋକ୍ଷରେ କେତେକ ରୋଗର କାରଣ ସାଜିଥାଏ। କେବଳ ସେତିକି ନୁହେଁ, ଶୋଇବା ସମୟରେ ବେଡ୍‌ ରୁମ୍‌ର ପରିବେଶ ଶାନ୍ତ ରହିବା ନିହାତି ଦରକାର। ଏହାଦ୍ୱାରା ଭଲ ନିଦ ହୋଇଥାଏ। ଯଦି ଜଣେ ବ୍ୟକ୍ତି ନିୟମିତ ୬-୭ ଘଣ୍ଟା ଶୋଉଛନ୍ତି ତେବେ ତାଙ୍କର ମାନସିକତା ସକାରାତ୍ମକ ରହିଥାଏ। ତା’ସହ ବିଭିନ୍ନ କାମ କରିବା ପାଇଁ ତାଙ୍କ ମନରେ ଆଗ୍ରହ ସୃଷ୍ଟି ହୁଏ। ଆବଶ୍ୟକ ମୁତାବକ ଶୋଇବା ଦ୍ୱାରା ଏହାର କି ପ୍ରକାର ସୁପ୍ରଭାବ ଶରୀର ଉପରେ ପଡୁଛି ତାହାକୁ ଅଷ୍ଟ୍ରେଲିଆସ୍ଥିତ ସିଡ୍‌ନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ ତର୍ଜମା କରିଥିଲେ। ଯେଉଁମାନେ ପ୍ରତିଦିନ ଆବଶ୍ୟକ ମୁତାବକ ବିଶ୍ରାମ ନେଉଥିଲେ ସେମାନଙ୍କ ମାନସିକତା ପୂର୍ବାପେକ୍ଷା ଆହୁରି ସକ୍ରିୟ ଥିବାର ଜଣାପଡ଼ିଥିଲା। ତେବେ ରାତିରେ ଶୋଇବାକୁ ଯିବାର ଦୁଇଘଣ୍ଟା ପୂର୍ବରୁ ରାତ୍ରି ଭୋଜନ ଶେଷ କରନ୍ତୁ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel