Advertisement

ସକାଳୁ ଅଧାଗ୍ଲାସ୍‌ ତ୍ରିଫଳା ପାଣି…

ସକାଳୁ ନିତ୍ୟକର୍ମ ପରେ ତ୍ରିଫଳା ପାଣି ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ତ୍ରିଫଳା ପାଣିରେ ଲାକ୍ସାଟିଭ୍‌, ଭିଟାମିନ୍‌, ଖଣିଜ ଦ୍ରବ୍ୟ ଆଦି ପ୍ରଚୁର ପରିମାଣରେ ରହିଥାଏ। ହରିଡ଼ା, ବାହାଡ଼ା ଓ ଅଁଳାକୁ ଗୋଟା କିମ୍ବା ଚୂର୍ଣ୍ଣ କରି ରାତିରେ ଅଧାଗ୍ଲାସ୍‌ ପାଣିରେ ପକାଇ ଏହାକୁ ସକାଳୁ ପିଇଲେ ପାଚନ କ୍ରିୟା ନିୟନ୍ତ୍ରିତ ହେବା ସହିତ ଡାଇବେଟିସ୍‌ ଓ ହୃଦ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ଚକ୍ଷୁ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ନିୟମିତ ଏହି ପାଣି ପିଇଲେ ରକ୍ତ ସଞ୍ଚାଳନ ନିୟନ୍ତ୍ରିତ ହେବା ସହିତ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହି ପାଣି ଶରୀରରେ ଥିବା ଅତ୍ୟଧିକ ଚର୍ବି ହ୍ରାସ କରିଥାଏ। ସେହିପରି ଆଣ୍ଠୁଗଣ୍ଠି ଯନ୍ତ୍ରଣା, ରକ୍ତଚାପ, କର୍କଟ ରୋଗ, ହରମୋନସ୍ତର ନିୟନ୍ତ୍ରଣ, ଉଜ୍ଜ୍ୱଳ ତ୍ୱଚା, କଳାଦାଗ, କେଶ ବୃଦ୍ଧି ଆଦି କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel