ସକାଳୁ ଚା’ ନ ପିଇଲେ କାମ କରୁନି ଘୋଡ଼ା: ସୋସିଆଲ୍‌ ମିଡ଼ିଆରେ ଭାଇରାଲ !

ଲଣ୍ଡନ,୧।୧୨: କେତେକ ଲୋକ ସକାଳୁ ଚା’ ନ ପିଇଲେ କୌଣସି କାମ କରି ନ ଥାନ୍ତି। ଏଭଳି ଅଭ୍ୟାସ ଲଣ୍ଡନର ମର୍ସିସାଇଡ୍‌ ପୋଲିସ ବିଭାଗରେ ଥିବା ଘୋଡ଼ା ଜ୍ୟାକ୍‌ର ରହିଛି। ସକାଳୁ କପେ ଚା’ ନ ପିିଇଲେ ସେ କାମ କରିବାକୁ ଅମଙ୍ଗ ହୋଇଥାଏ। ଜ୍ୟାକ୍‌କୁ ଏବେ ୨୦ ବର୍ଷ। ସେ ଗତ ୧୫ ବର୍ଷ ଧରି ଏଭଳି ପ୍ରତିଦିନ ସକାଳୁ କପେ ଚା’ ପିଇଥାଏ। ଜ୍ୟାକ୍‌ ୨୦୨୦ରେ ପୋଲିସ ସେବାରୁ ଅବସର ନେବ ବୋଲି ଟ୍ରେନର ଲିଣ୍ଡସେ ଗବେନ୍‌ ସୂଚନା ଦେଇଛନ୍ତି। ଜ୍ୟାକ୍‌ର ଚା’ରେ ୨ ଚାମୁଚ ଚିନି ପଡ଼ିଥାଏ ବୋଲି ସେ କହିଛନ୍ତି। ଏବେ ଜ୍ୟାକ୍‌ ଚା’ ପିଉଥିବାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଛି। ଏହାକୁ ୨ ଲକ୍ଷରୁ ଅଧିକ ଲାଇକ୍‌ ମିଳିସାରିଛି।

Share