ଲେମ୍ବୁ ଶରୀର ପାଇଁ ବହୁ ଉପକାରୀ । ଏଥିରେ ପ୍ରଚୁର ପରିମାଣରେ ମିନେରାଲ୍ସ, ଆଇରନ୍, ମ୍ୟାଗ୍ନେସିୟମ, ଫସଫରସ, କ୍ୟାଲସିୟମ, ପୋଟାସିୟମ ଓ ଜିଙ୍କ ରହିଛି ଏହାକୁ ସେବନ କରିବା ଦ୍ୱାରା ଶରୀର ବିଭିନ୍ନ ପ୍ରକାର ରୋଗଠାରୁ ଦୂରେଇ ରହିଥାଏ ବୋଲି ଆୟୁର୍ବେଦରେ କୁହାଯାଇଛି । ସକାଳୁ ଖାଲି ପେଟରେ ଉଷୁମ ଲେମ୍ବୁ ପାଣି ସହ ମହୁ ମିଶାଇ ପିଇଲେ ସବୁବେଳେ ଶରୀର ସୁସ୍ଥ ରହିଥାଏ । ଏହାଦ୍ୱାରା ଶରୀର ମଧ୍ୟରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଇ ବଡି ଡି ଟକ୍ସିକ ହୋଇଯାଇଥାଏ ।
– ପ୍ରତିଦିନ ସକାଳୁ ଏକ ଗ୍ଲାସ ଲେମ୍ବୁ ପାଣି ପିଇଲେ ଏହା ମନକୁ ଫ୍ରେସ ରଖିବା ସହ ଶରୀରରେ ଜଳିୟ ଅଂଶ କମ୍ ହେବକୁ ଦେଇ ନ ଥାଏ ।
– ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ସକାଳୁ ଖାଲି ପେଟରେ ଲେମ୍ବୁ ପାଣି ପିଇଲେ ଲାଭ ମିଳିଥାଏ ।
– ସକାଳେ ଖାଲି ପେଟରେ ଲେମ୍ବୁ ପାଣି ପିଇଲେ ଏହା ହଜମ ଶକ୍ତି ବୃଦ୍ଧି କରିଥାଏ ।
– ଲେମ୍ବୁରେ ପ୍ରଚୁର ପରିମାଣରେ ଭିଟାମିନ ଓ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ । ତେଣୁ ଲେମ୍ବୁ ଖାଇବା ଦ୍ୱାରା ଚେହେରାରେ ଥିବା ଦାଗ ଦୂର ହୋଇଥାଏ ।