Categories: ଜାତୀୟ

ସକାଳୁ ମମତାଙ୍କ ଫଟୋ ଦେଖିଲେ ଆଗକୁ ବଢିବାକୁ ପ୍ରେରଣା ମିଳେ!

କୋଲକାତା,୨।୧୨: ପାଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଥିବା ହସନାବାଦରୁ ଆଶ୍ଚର୍ଯ୍ୟ କରିବା ଭଳି ଏକ ଖବର ସାମ୍ନାକୁ ଆସିଛି। ଏଠାକାର ବ୍ଲକ୍‌ ଡେଭଲପମେଣ୍ଟ ଅଫିସର(ବିଡିଓ) କହିଛନ୍ତି ପ୍ରତିଦିନ ସକାଳୁ ସ୍ବାମୀ ବିବେକାନନ୍ଦ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ଦେଖିଲେ ଆଗକୁ ବଢିବାକୁ ପ୍ରେରଣା ମିଳିଥାଏ। ସୂଚନାଯୋଗ୍ୟ, ଅରିନ୍ଦମ ମୁଖାର୍ଜୀ ନାମକ ଏହି ଅଧିକାରୀ ଜଣକ ‘ବୁଲବୁଲ’ ବାତ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ରିଲିଫ୍‌ ସାମଗ୍ରୀ ବିତରଣ ପାଇଁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ଏମିତି କଥା କହିଛନ୍ତି।

Share