ସକାଳେ ଗ୍ଲାସେ କମଳା ରସ…

ସକାଳେ ଗ୍ଲାସେ କମଳା ରସ ପିିଇଲେ ଅନେକ ଫାଇଦା ମିଳିଥାଏ । ଏଥିରେ ଲୌହ, କ୍ୟାଲସିୟମ୍‌, ପୋଟାସିୟମ, ଖଣିଜ, ଭିଟାମିନ ‘ଏ’ , ‘ବି ’ ଓ ‘ସି’ ଆଦି ପୋଷକ ତତ୍ତ୍ୱ ରହିଛି। କମଳା ରସ ଶରୀରକୁ ଫୂର୍ତ୍ତି ରଖିଥାଏ। ପ୍ରତିଦିନ କମଳା ରସ ପିଇଲେ ମେଦବହୁଳତା ଆଶଙ୍କା ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି। ନିୟମିତ ଭାବେ କମଳା ରସ ପିଇଲେ ସର୍ଦ୍ଦି, କାଶ ଆଦି ସହଜରେ ଦୂର ହୁଏ। ରାତିରେ ଶୋଇବା ବେଳେ ଓ ଉଠିବା ପରେ ଫାଳେ କମଳା ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ। ପ୍ରତିଦିନ କମଳା ରସ ପିଇଲେ କ୍ୟାନସର ହେବା ଆଶଙ୍କା ମଧ୍ୟ କମିଥାଏ। କମଳା ରସ ପିଇଲେ ଆଣ୍ଠୁଗଣ୍ଠି ଦରଜରୁ ଆରାମ ମିଳେ।