Advertisement

ସକାଳେ ଅଧୁଆ ମୁହଁରେ ପିଅନ୍ତୁ ଗ୍ଲାସେ ବାସି ପାଣି; ମିଳିବ ଏସବୁ ଫାଇଦା…

ସକାଳେ ଶଯ୍ୟାତ୍ୟାଗ ପରେ ଏକ ଗ୍ଲାସ୍‌ ବାସି ପାଣି ପିଇଲେ ଅନେକ ଉପକାର ହୋଇଥାଏ । କେତେକ ଏହାକୁ ଉଷାପାନ କୁହନ୍ତି। ମୁହଁ ନ ଧୋଇ ଉଷାପାନ କରାଯିବା ଆବଶ୍ୟକ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ପ୍ରଥମେ ଅଳ୍ପ ଅଳ୍ପ ପାଣି ପିଇ ପରବର୍ତ୍ତୀ ସମୟରେ ଏହାର ପରିମାଣ ବୃଦ୍ଧି କରାଯାଇପାରେ। ପାଣିକୁ ଧୀରେ ଧୀରେ ଚୁଚୁମି ପିଇବା ଅଧିକ ଲାଭଦାୟକ। ଏନେଇ ତମ୍ବାପାତ୍ରରେ ରଖାଯାଇଥିବା ପାଣି ଅଧିକ ଫଳପ୍ରଦ। ଉଷାପାନର ଅଧଘଣ୍ଟାରୁ ୪୫ ମିନିଟ୍‌ ପର୍ଯ୍ୟନ୍ତ କିଛି ଖାଦ୍ୟ କିମ୍ବା ପାନୀୟ ଗ୍ରହଣ କରିବା ମନା। ଏହାର ନିୟମିତ ପ୍ରୟୋଗ ଦ୍ୱାରା ବିଭିନ୍ନ ଶାରୀରିକ ସମସ୍ୟାରୁ ପୂର୍ଣ୍ଣରୂପେ ଆରୋଗ୍ୟ ମିଳିଥାଏ। ମୁଣ୍ଡବ୍ୟଥା, ରକ୍ତଚାପ, ରକ୍ତହୀନତା, ସନ୍ଧିବାତ, ମେଦବୃଦ୍ଧି, ଆଥ୍ରାଇଟିସ୍‌, ସାଇନୋସାଇଟିସ୍‌, ହୃଦ୍‌ରୋଗ, ମୂର୍ଚ୍ଛା ଆଦିରୁ ଉଷାପାନ ଦ୍ୱାରା ମୁକ୍ତି ମିଳିଥାଏ । ଏହା ସହିତ କଫ, କାଶ, ଶ୍ୱାସ, ବ୍ରୋଙ୍କାଇଟିସ୍‌, ଟି.ବି.,ମେନିନ୍‌ାଇଟିସ୍‌, ଲିଭର ସମ୍ବନ୍ଧୀୟ ରୋଗ, ମୂତ୍ର ସମ୍ବନ୍ଧୀୟ ରୋଗ, ହାଇପର ଏସିଡିଟି, କୋଷ୍ଠବଦ୍ଧତା ଆଦି ଦୂର ହୁଏ। ସେହିପରି ଡାଇବେଟିସ୍‌,ଆଖିର ବିଭିନ୍ନ ରୋଗ, ନାକ, ଗଳା ସମ୍ବନ୍ଧୀୟ ରୋଗ ତଥା ମହିଳାମାନଙ୍କ ମାସିକ ଋତୁ ସମ୍ବନ୍ଧୀୟ ସମସ୍ୟାରୁ ଏହାଦ୍ୱାରା ମୁକ୍ତି ମିିଳିଥାଏ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel