ସକାଳେ ଗ୍ଲାସେ ଉଷୁମ ପାଣିରେ ଟିପେ ସୈନ୍ଧବ ଲବଣ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ଶରୀର ପାଇଁ ସମୟ ଦେଇପାରୁ ନାହିଁ। ଫଳରେ ବିଭିନ୍ନ ରୋଗ ହେବାର ଆଶଙ୍କା ସୃଷ୍ଟି ହେଉଛି। ତେବେ ନିତିଦିନିଆ ଜୀବନରେ କେତେକ କାମ କଲେ ସହଜରେ ବହୁ ରୋଗରୁ ମୁକ୍ତି ମିଳିପାରିବ। ପ୍ରତିଦିନ ସକାନେ ଗ୍ଲାସେ ସୈନ୍ଧବ ଲବଣ ପାଣି ପିଇଲେ ମିଳିଥାଏ ଅନେକ ଫାଇଦା। ଏହାଦ୍ୱାରା ଡାଇବେଟିସ ଏବଂ ମେଦବହୁଳତା ସହ ଅନେକ ରୋଗରୁ ମୁକ୍ତି ମିଳେ ବୋଲି ଗୁଜରାଟ ଆୟୁର୍ବେଦ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଗ୍ଲାସେ ଉଷୁମ ପାଣିରେ ଟିପେ ସୈନ୍ଧବ ଲବଣ ପକାଇ ଏହାକୁ ପ୍ରସ୍ତୁତ କରାଯାଏ। ଅଭ୍ୟାସ କରି ପ୍ରତିଦିନ ସକାଳେ ଏହାକୁ ପିଇଲେ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂରହେବା ସହ ବ୍ରଣ, ଦାଗ ଆଦିରୁ ମିଳିଥାଏ ମୁକ୍ତି । ଏହା ଦ୍ୱାରା ଶରୀରରେ ଥିବା ଏକ୍ସଟ୍ରା ଫ୍ୟାଟ୍‌ କମ୍‌ ହୁଏ। ଫଳରେ ମେଦବହୁଳତାରୁ ଆଶଙ୍କା କମ୍‌ ହୋଇଥାଏ । ଏହା କୋଲେଷ୍ଟରଲ୍‌ସ୍ତରକୁ ହ୍ରାସ କରି ଡାଇବେଟିସ୍‌ ଓ ହାର୍ଟ ଆଟାକ୍‌ ସମସ୍ୟାରୁ ଶରୀରକୁ ରକ୍ଷା କରେ। ଏହାକୁ ପିଇବା ଦ୍ୱାରା ନଷ୍ଟ ହୋଇଥିବା ଲିଭର କୋଷିକା କାମ କରେ । ଫଳରେ ଲିଭର ସିରୋସିସ ସମସ୍ୟା ହୋଇଥାଏ ଦୂର। ଏହା ରକ୍ତରେ କାର୍ଟିସୋଲ ଏବଂ ଏଡ୍ରନିଲକୁ ବଢ଼ାଇଥାଏ । ଏହି ହରମୋନ ମାନସିକ ଚାପ କମ୍‌ କରେ ବୋଲି ଏହି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଖରାଦିନରେ ଏହି ୫ ଫଳ ସବୁଠୁ ଉପକାରୀ, ନିୟନ୍ତ୍ରଣରେ ରହିବ ବ୍ଲଡ୍‌ ସୁଗାର…

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଗ୍ରୀଷ୍ମଋତୁ ଚ୍ୟାଲେଞ୍ଜିଂ ହୋଇପାରେ। କାରଣ ଗରମ ଏବଂ ଝାଳ ଯୋଗୁ ବ୍ଲଡ୍‌ ସୁଗାର ବୃଦ୍ଧି ପାଇପାରେ। ଏପରି ପରିସ୍ଥିତିରେ ସଠିକ୍‌ ଖାଦ୍ୟ...

ଖରାଦିନେ ଓଜନ ଶୀଘ୍ର କେମିତି କମାଇବେ, ଜାଣନ୍ତୁ ସହଜ ଉପାୟ

ଖାଦ୍ୟପେୟ ଏବଂ ଜୀବନଶୈଳୀରେ ବିଭ୍ରାଟ ଯୋଗୁଁ, ଅଧିକାଂଶ ଲୋକ ଓଜନ ବୃଦ୍ଧି ସମସ୍ୟାରେ ପୀଡିତ। ଲୋକମାନେ ନିଜର ଓଜନ କମାଇବା ପାଇଁ ଡାଏଟିଂ ଏବଂ ତୀବ୍ର...

ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର

ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ...

ଖରାଦିନେ ଚର୍ମ ସମସ୍ୟା ଦେଖାଯାଉଛି କି, ଆଲୋଭେରା ସହ ଏହି ଜିନିଷ ମିଶାଇ ଲଗାନ୍ତୁ

ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଚର୍ମ ସମସ୍ୟା ଆରମ୍ଭ ହୋଇଯାଏ। ଟାଣ ଖରା, ଝାଳ ଏବଂ ଆର୍ଦ୍ରତା ଚର୍ମକୁ ଶୁଷ୍କ କରିଥାଏ। ଯାହାଦ୍ୱାରା ଦେହ କୁଣ୍ଡାଇ...

ସାବଧାନ! ହାର୍ଟ ପାଇଁ ସବୁଠୁ ବିପଦ ବଢୁଥିବା ତାପମାତ୍ରା, ଅବଲମ୍ବନ କରନ୍ତୁ ଏହି ଉପାୟ

ଜଳବାୟୁ ପରିବର୍ତ୍ତନ ଏକ ଗମ୍ଭୀର ସମସ୍ୟା ପାଲଟିଛି। ବୃଦ୍ଧି ପାଉଥିବା ତାପମାତ୍ରା, ଅସନ୍ତୁଳିତ ପାଗ ଏବଂ ପ୍ରଦୂଷଣ କେବଳ ପରିବେଶକୁ ପ୍ରଭାବିତ କରୁନାହିଁ ବରଂ ଆମ...

ଏହି ୬ ଅଭ୍ୟାସ କରିଦେବ ଦରିଦ୍ର

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ମାଛ କଣ୍ଟା ଲାଗିଥିଲେ କ’ଣ କରିବେ

ମାଛ ଖାଇବା ସମୟରେ ଅସାବଧାନତା ବଶତଃ ବେଳେବେଳେ ତଣ୍ଟିରେ କଣ୍ଟା ଲାଗିଯାଇଥାଏ। ଏଥିପାଇଁ ଅନେ କଷ୍ଟ ହୋଇଥାଏ। ଫଳରେ ଆମକୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଏ।...

ଏସବୁ ଖାଇଲେ ନିିୟନ୍ତ୍ରଣରେ ରହିବ ଡାଇବେଟିସ୍‌: ସ୍ବାସ୍ଥ୍ୟ ବିଶେଷଜ୍ଞ

ଡାଇବେଟିସ୍‌ ବା ମଧୁମେହ ରୋଗୀ ଯେହେତୁ ନିଜର ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରି ନ ଥାନ୍ତି ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image