ସକାଳେ ଗ୍ଲାସେ ଉଷୁମ ପାଣି…

ସକାଳୁ ଖାଲି ପେଟରେ ଗ୍ଲାସେ ଉଷୁମ ପାଣି ପିିଇଲେ ଅନେକ ସୁଫଳ ମିଳିଥାଏ। ଏହା ମ୍ୟୁକୋଲାଇଟିସ୍‌ ଭାବେ କାର୍ଯ୍ୟ କରିଥାଏ। ଏହାଦ୍ୱାରା ଫୁସ୍‌ଫୁସ୍‌ରେ ଜମିଥିବା କଫ ତରଳି ବାହାରି ଯାଏ। ଆଜ୍‌ମା ରୋଗୀ ସକାଳୁ ଏପରି ନିୟମିତ କଲେ ଭଲ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ଉଷୁମ ପାଣି ପିଇଲେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। ଏହା ଯୋଗୁ ଶରୀର ଆରାମ ଲାଗେ। ଉଷୁମ ପାଣି ଶରୀର ପାଇଁ ମହୌଷଧି ଭଳି କାର୍ଯ୍ୟ କରେ। ଏହାଦ୍ୱାରା ଶହେରୁ ଅଧିକ ସମସ୍ୟା ଦୂର ହୋଇଥାଏ। ତେଣୁ ବିଭିନ୍ନ ଶାରୀରିକ ସମସ୍ୟାରୁ ଦୂରେଇ ରହିବା ପାଇଁ ଏହି ସହଜ ଉପାୟ ଆପଣେଇଲେ ସୁଫଳ ମିଳିଥାଏ।