ସକାଳେ ପିଇଲେ କପେ ଲବଙ୍ଗ ଚା’…

ଲବଙ୍ଗର ଅନେକ ଔଷଧୀୟ ଗୁଣ ରହିଛି। ବର୍ଷାଦିନେ ସକାଳୁ କପେ ଲବଙ୍ଗ ଚା’ ପିଇଲେ ଏହା ଶରୀର ଲାଗି ହିତକର ହୋଇଥାଏ । କିଛି ପାଣିରେ ତୁଳସୀ ପତ୍ର, ପୋଦିନା ପତ୍ର ଓ ଲବଙ୍ଗ ପକାଇ ନାଲି ଚା’ କରି ପିଇଲେ ଥଣ୍ଡା ହେବାର ଆଶଙ୍କା ଦୂର ହୋଇଥାଏ। ଏଥିରେ ଏକ ଚାମଚ ମହୁ ମିଶାଇ ପିଇଲେ ସମସ୍ତ ପ୍ରକାର ଟେନ୍‌ସନ୍‌ ସହଜରେ ଦୂର ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଲବଙ୍ଗକୁ ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ ଓ ଅନ୍ୟ ମସଲାଗୁଣ୍ଡରେ ମିଶାଇ ବ୍ୟବହାର କଲେ ଶରୀରର ଯନ୍ତ୍ରଣା ଦୂର ହୋଇଥାଏ। ଦାନ୍ତ ବିନ୍ଧୁଥିଲେ ଲବଙ୍ଗ ତେଲକୁ ଯନ୍ତ୍ରଣା ହେଉଥିବା ଦାନ୍ତ ମୂଳରେ ଘଷିଲେ ବିନ୍ଧା ଦୂର ହୁଏ। ଏହା ହଜମ ଶକ୍ତି ମଧ୍ୟ ବୃଦ୍ଧି କରି ଶରୀରର ଆଳସ୍ୟପଣକୁ ଦୂରେଇ ଦିଏ।