ସକାଳ ଖରାରେ ବସନ୍ତୁ ମାତ୍ର ୫ ମିନିଟ୍‌…

ସକାଳେ ୫ ମିନିଟ୍‌ ପାଇଁ ଯେଉଁମାନେ ଖରାରେ ବସନ୍ତି ସେମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥାଆନ୍ତି ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି।
-ପ୍ରତିଦିନ ସକାଳେ ଖରାରେ ଅତିକମ୍‌େରେ ୫ ମିନିଟ୍‌ ପାଇଁ ବସିଲେ ଶରୀର ଫୁର୍ତ୍ତି ହୋଇଥାଏ। ସବୁ କାମ କରିବାକୁ ଆଗ୍ରହ ପ୍ରକାଶ ପାଇଥାଏ।
-ଖରାରେ ବସୁଥିବା ବ୍ୟକ୍ତିଙ୍କ ଶରୀରରୁ ସହଜରେ ଅଦରକାରୀ କୋଲେଷ୍ଟ୍ରଲ ବାହାରି ଯାଇଥାଏ। ଫଳରେ ହୃଦରୋଗ ହେବାର ଆଶଙ୍କା ମଧ୍ୟ କମି ଯାଇଥାଏ।
-ଶୀତଦିନେ ସକାଳେ ଖରାରେ ବସିଲେ ବ୍ରଣ ସମସ୍ୟା ଓ ସ୍କିନ୍‌ ଇନଫେକ୍ସନ୍‌ ହୋଇ ନ ଥାଏ।
-ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
-ମେଟାବୋଲିଜିମ୍‌ ନାମକ ହରମୋନ ତିଆରି ହୋଇଥାଏ ଯାହା ରାତିରେ ନିଦ ହେଉ ନ ଥିଲେ ନିଦ୍ରାହୀନତା ସମସ୍ୟାକୁ ଠିକ୍‌ କରିଦେଇଥାଏ।

Share