ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି ସେତିକି ନୁହେଁ, ବାଲେଶ୍ୱର ସହିତ ଅନୁଗୁଳରେ ମଧ୍ୟ ସକାଳୁ ତାତି ବଢିଛି । ଅନୁଗୁଳରେ ବି ତାପମାତ୍ରା ୩୬ ଡିଗ୍ରୀ ରହିଛି । ମିଳିଥିବା ସୂଚନା ମୁତାବକ, ତାଳଚେରର ତାପମାତ୍ରା ୩୫.୨ ଡିଗ୍ରୀ, ବାରିପଦା ୩୫ ଡିଗ୍ରୀ, ଭବାନୀପାଟଣା ୩୫ ଡିଗ୍ରୀ, କେନ୍ଦୁଝରରେ ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପଟେ କଟକର ତାପମାତ୍ରା ୩୪.୬ ଡିଗ୍ରୀ, ଝାରସୁଗୁଡାରେ ୩୪.୨ ଡିଗ୍ରୀ ଏବଂ ଭୁବନେଶ୍ୱରର ତାପମାତ୍ରା ୩୩.୮ ଡିଗ୍ରୀ ରେକର୍ଡ କରାଯାଇଛି ।

Share