ସଖୀ କେନ୍ଦ୍ର ଉଦ୍‌ଘାଟିତ: ନିର୍ଯାତିତା ମହିଳା, ଯୁବତୀଙ୍କୁ ଯୋଗାଇ ଦିଆଯିବ ସୁବିଧା

ଭଦ୍ରକ ଅଫିସ,୨।୧୦: ଭଦ୍ରକ ଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ନିକଟରେ ବୁଧବାର ସଖୀ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଏହି କେନ୍ଦ୍ର ମାଧ୍ୟମରେ ନିର୍ଯାତିତା ମହିଳା ଓ ଯୁବତୀମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଫେଲୋଶିପ୍‌ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ଏହାକୁ ପରିଚାଳନା କରିବ।
ଏଥିରେ ଜିଲାପାଳ ଜ୍ଞାନରଞ୍ଜନ ଦାସ, ବିଧାୟକ ସଞ୍ଜୀବ ମଲିକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିକାଶ ଦାସ, ଲଲାଟେନ୍ଦୁ ମହାନ୍ତିଙ୍କ ସମେତ ବହୁ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ I