ସଙ୍କଟରୁ ସୁଯୋଗ ସାଉଁଟୁଛନ୍ତି ମାଫିଆ

ନୂଆଦିଲ୍ଲୀ,୨୬।୪: କରୋନା ମହାମାରୀର ମୁକାବିଲା ପାଇଁ ବିଶ୍ୱର ଅଧିକାଂଶ ଦେଶ ଲକ୍‌ଡାଉନରେ ଥିବାବେଳେ ବ୍ୟବସାୟ ଗୁରୁତର ବାଧାପ୍ରାପ୍ତ ହୋଇଛି। ଏହାସତ୍ତ୍ୱେ ଏହି ମହାମାରୀ ଅନେକ ବ୍ୟବସାୟ ପାଇଁ ବଡ଼ ସୁଯୋଗର ଅବକାଶ ଆଣିଛି। ଅସାଧାରଣ ଆବଶ୍ୟକତା ପୂରଣ ଲାଗି ଦ୍ରୁତ ଟେଣ୍ଡର ପ୍ରକ୍ରିୟା, ସାଧାରଣ ଯାଞ୍ଚ ଓ ଆଇନଗତ ପ୍ରକ୍ରିୟା ବିନା ଦ୍ରବ୍ୟ ପରିବହନ ଆଦି କଥାକୁ ବିଚାର କରାଯାଉ। ଲାଭର କଳା ଆବଶ୍ୟକତାର ଉପଯୋଗ ଉପରେ ନିର୍ଭର କରିଥାଏ। ସଂଗଠିତ ଅପରାଧ ବ୍ୟତୀତ ଅନ୍ୟ କେହି ଏହି ଅନ୍ଧକାର କଳାକୁ ଅଧିକ ଭଲ ଭାବେ ସିଦ୍ଧ କରିନାହିଁ। କୋଭିଡ୍‌-୧୯ ମହାମାରୀ ଏହାକୁ ସ୍ପଷ୍ଟ କରିଛି।
ନିକଟ ଦଶକରେ ଅପରାଧ ସଂଗଠନଗୁଡ଼ିକ ସେମାନଙ୍କ ବ୍ୟବସାୟ ବିଚକ୍ଷଣତା ସହିତ ଅନେକ କମ୍ପାନୀରେ ପୁଞ୍ଜିନିବେଶ କରିଛନ୍ତି। ବର୍ତ୍ତମାନର ସଙ୍କଟ ସମୟରେ ଲଣ୍ଡ୍ରି, ପରିବହନ, ଫନେରାଲ ହୋମ୍‌, ବର୍ଜ୍ୟ ସଂଗ୍ରହ, ଖାଦ୍ୟ ବିତରଣ ଓ ସ୍ବାସ୍ଥ୍ୟସେବା ଆଦି ବିଭିନ୍ନ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକର ଚାହିଦା ବଢ଼ିଛି। କିଛି ସପ୍ତାହ ହେଲା ଏହି ସେକ୍ଟରଗୁଡ଼ିକ ବଞ୍ଚତ୍ବା ଲାଗି ଅତି ଜରୁରୀ ହୋଇପଡିଛି। ଫଳରେ ମାଫିଆମାନେ ଏହି ସେକ୍ଟରରେ ପୁଞ୍ଜିନିବେଶ କରିବା ଲାଗି ଆଗେଇ ଆସିଥିବା ଦେଖିବାକୁ ମିଳିଛି। ଇଟାଲୀରେ ମାଫିଆ ସଂସ୍ଥାଗୁଡ଼ିକ ମାସ୍କ, ହ୍ୟାଣ୍ଡ ସାନିଟାଇଜର, ଲାଟେକ୍ସ ଗ୍ଲୋଭ୍‌ ଆଦି ମହାମାରୀ କିଟ୍‌ ଉତ୍ପାଦନ ଓ ବିତରଣ ସଂସ୍ଥାରେ ପୁଞ୍ଜିନିବେଶ କରୁଥିବା ନେଇ ସ୍ଥାନୀୟ ପୋଲିସ ସତର୍କ କରାଇଦେଇଛି। ମହାମାରୀ ଯୋଗୁ ଏହିସବୁ ସାମଗ୍ରୀର ଚାହିଦା ବଢ଼ିଯିବାରୁ ଦାମ୍‌ ଆକାଶଛୁଆଁ ହୋଇଛି। କାଲାବ୍ରିୟାର ମାଫିଆମାନେ ଔଷଧ ଓ ସ୍ବାସ୍ଥ୍ୟସେବା ସେକ୍ଟରରେ ପୁଞ୍ଜିନିବେଶ କରିଛନ୍ତି।
ମହାମାରୀ ବେଳେ କେବଳ ଏହିସବୁ ସେକ୍ଟର ଅପରାଧୀ ସଂଗଠନଗୁଡ଼ିକ ଲାଗି ସୁଯୋଗ ଆଣିନାହାନ୍ତି, ନୀରବତାରୁ ମଧ୍ୟ ସେମାନେ ଫାଇଦା ଉଠାଉଛନ୍ତି। ସାଧାରଣ ଜନତାଙ୍କ ଦୃଷ୍ଟି ସମ୍ପୂର୍ଣ୍ଣ ଭାବେ ମହାମାରୀ ଉପରେ କେନ୍ଦ୍ରୀଭୂତ ହୋଇଥିବାବେଳେ ମାଫିଆ ସିଣ୍ଡିକେଟ ଅବାଧରେ ଏହାର ପେସା ଚଳାଇପାରୁଛି। ସେମାନଙ୍କ ଅସାଧୁ କାର୍ଯ୍ୟ ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି, କାରଣ ଭୂତାଣୁ ଏବେ ଲୋକମାନଙ୍କର ଏକ ନମ୍ବର ଶତ୍ରୁ ପାଲଟିଛି। ଫେବୃୟାରୀ ତୁଳନାରେ ଡ୍ରଗ୍‌ ସେବନ ଯୋଗୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ଅଧିକାଂଶ ଖବରକାଗଜରେ ତାହା ସ୍ଥାନ ପାଇନାହିଁ। ଚିହୁଆହୁଆ ରାଜ୍ୟରେ ଏପ୍ରିଲ ପ୍ରଥମ ଭାଗରେ ଗୁଳିକାଣ୍ଡ ଘଟି ୧୯ ଜଣଙ୍କ ଜୀବନ ଯାଇଥିଲା। ହେଲେ କେହି ଏହାକୁ ଅନ୍ତର୍ଜାତୀୟ ରାଜନୈତିକ ଏଜେଣ୍ଡା କଲେ ନାହିଁ। ସୁରକ୍ଷା କର୍ମୀ ଲକ୍‌ଡାଉନ କାର୍ଯ୍ୟକାରିତାରେ ବ୍ୟସ୍ତ ଥିବାରୁ ଡ୍ରଗ୍‌ କାରବାର ଉପରୁ ଧ୍ୟାନ ହଟାଇଦେଇଛନ୍ତି। ଫଳରେ ମାଫିଆମାନଙ୍କ ପାଇଁ ଭଲ ସୁଯୋଗ ସୃଷ୍ଟି ହୋଇଛି।
ଇଟାଲୀର କେତେକ ଅଞ୍ଚଳରେ ଋଣ ଚାହିଦା ବଢ଼ିଥିବାରୁ ମାଫିିଆମାନେ ପୂର୍ବାପେକ୍ଷା କମ୍‌ ସୁଧରେ ଋଣ ଯୋଗାଇଦେବାକୁ ଆଗେଇ ଆସିଛନ୍ତି। କେତେକ ସ୍ଥାନରେ ସେମାନେ ଭୋକିଲାଙ୍କୁ ଖାଦ୍ୟ ଯୋଗାଇଦେଇ ସେମାନଙ୍କର ନିକଟତର ହେବାକୁ ଉଦ୍ୟମ କରୁଛନ୍ତି। ଏହାଦ୍ୱାରା ଲୋକେ ସେମାନଙ୍କ ପ୍ରତି କୃତଜ୍ଞ ରହିବେ। ପରବର୍ତ୍ତୀ ସମୟରେ ମାଫିଆମାନେ ଏହାର ଫାଇଦା ଉଠାଇବେ। ମେକ୍ସିକୋର ମାଫିଆ ସଂଗଠନଗୁଡ଼ିକ ଏହି ପଦ୍ଧତି ଆପଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ଗାଡ଼ିରେ ଅଧିକ ଟଙ୍କା ଫାଇନ୍ ଅଛି କି ? ଇନ୍‌ସ୍ୟୁରାନ୍ସ କରିବା ବେଳେ ଗଣିବାକୁ ପଡ଼ିପାରେ ମୋଟା ଅଙ୍କର ଟଙ୍କା

ନୂଆଦିଲ୍ଲୀ,୨୫।୯: ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ କରିବା ଲାଗି ନୂଆ ନିୟମ ଆଣିପାରନ୍ତି କେନ୍ଦ୍ର ସରକାର। ପ୍ରସ୍ତାବିତ ନିୟମ ଆସିଲେ ବିଶେଷ କରି ଯେଉଁମାନଙ୍କର ଗାଡ଼ିରେ...

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି କ୍ଷମା ମାଗିବାକୁ ପଡ଼ିବ’: କଙ୍ଗନା ରାନାୱତଙ୍କ ମନ୍ତବ୍ୟ ପରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୫।୯: ଭାଜପା ଏମପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଚାଷୀଙ୍କ ଉପରେ ମନ୍ତବ୍ୟ ପରେ ରାଜନୈତିକ ବୟାନବାଜି ବନ୍ଦ ହେବାର ନାଁ ନେଉନାହିଁ। କଂଗ୍ରେସ...

ବ୍ୟାଙ୍କରେ କାମ କରୁଥିବାବେଳେ ଚେୟାରରୁ ଖସିପଡ଼ିଲେ ଅଧିକାରୀ, ଚାଲିଗଲା ଜୀବନ

ଲକ୍ଷ୍ନୌ,୨୫ା୯: ବ୍ୟାଙ୍କରେ କାମ କରୁଥିଲେ ଜଣେ ମହିଳା ଅଧିକାରୀ। ହଠାତ୍‌ ଚେୟାରରୁ ଖସିପଡ଼ିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଲକ୍ଷ୍ନୌସ୍ଥିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଅତିରିକ୍ତ ଡେପୁଟି...

ହାଇକୋର୍ଟ ବିଚାରପତିଙ୍କ ଉପରେ ବର୍ଷିଲେ ସିଜେଆଇ ଚନ୍ଦ୍ରଚୂଡ, କହିଲେ ଭାରତର କୌଣସି ବି ଅଞ୍ଚଳକୁ ‘ପାକିସ୍ତାନ’ କହିପାରିବେ ନାହିଁ…

ନୂଆଦିଲ୍ଲୀ,୨୫।୯: ନିକଟରେ ହୋଇଥିବା ଏକ ଶୁଣାଣି ସମୟରେ ବେଙ୍ଗାଲୁରୁର ଏକ ଅଞ୍ଚଳକୁ ‘ପାକିସ୍ତାନ’ ବୋଲି ସମ୍ବୋଧନ କରି ବିବାଦୀୟ ମନ୍ତବ୍ୟ ଦେଇଥବା କର୍ନାଟକ ହାଇକୋର୍ଟର ବିଚାରପତି...

ଭରତପୁର ଘଟଣାକୁ ନେଇ ମୁହାଁମୁହିଁ ହେଲେ ପୂର୍ବତନ ସେନା ମୁଖ୍ୟ ଓ ସିବିଆଇ ଅଧିକାରୀ, ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ପୁରା ଜାତୀୟ ରାଜନୀତି ଉଠୁଛି ପଡୁଛି। ମେଜରଙ୍କ ବାନ୍ଧବୀଙ୍କୁ ଥାନାରେ ଯୌନ ନିର୍ଯ୍ୟାତନା ଦେବା...

‘କବଚ ୪.୦’ ଟ୍ରାଏଲ ରନ୍‌ ଯାଞ୍ଚ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,୨୫।୯: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୱାଇ ମାଧୋପୁରରେ ଅଟୋମେଟିକ ଟ୍ରେନ ସୁରକ୍ଷା ସିଷ୍ଟମ କବଚ ୪.୦ର ଟ୍ରାଏଲ ରନ କରିଛନ୍ତି। ସୱାଇ ମାଧୋପୁର ଏବଂ...

ମହିଳା ଭଡ଼ାଟିଆଙ୍କ ପାଇଖାନା, ବେଡ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇଥିଲେ ମାଲିକଙ୍କ ପୁଅ: ଆଉ ତା’ପରେ…

ନୂଆଦିଲ୍ଲୀ,୨୫ା୯:ମହିଳା ଭଡ଼ାଟିଆଙ୍କ ଭିଡିଓ ପ୍ରସ୍ତୁତ କରିବାକୁ ତାଙ୍କ ବେଡ୍‌ରୁମ୍‌ ଓ ପାଇଖାନାରେ ଦିଲ୍ଲୀ ଶାକରପୁର ଅଞ୍ଚଳର ଜଣେ ୩୦ ବର୍ଷୀୟ ଯୁବକ ଗୋପନରେ ସ୍ପାଏ କ୍ୟାମେରା...

୧୦ ମାସର ଶିଶୁକୁ ବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର

ଭାରୁଚ,୨୫ା୯:ଗୁଜରାଟର ଭାରୁଚ୍‌ ଜିଲାରେ ରବିବାର ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜିଲାର ପାନୋଲି ଗ୍ରାମରେ ଏକ ୧୦ମାସର ଶିଶୁଙ୍କୁ ବଳାତ୍କାର କରାଯାଇଛି। ପିଲାଟି ଘର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri