ସଙ୍କଟରେ ଆର୍ଥିକ ସ୍ଥିତି: ଲେବାନନ୍‌ରେ ସାମୁହିକ ବିବାହକୁ ପସନ୍ଦ କରୁଛନ୍ତି ଲୋକେ

ଜେରୁଜେଲମ୍‌,୧୨।୧୦: ଇସ୍ରାଏଲ୍‌ ସହିତ ୨୦୦୬ଠାରୁ ଲେବାନନ୍‌ର ଗୃହଯୁଦ୍ଧ ଲାଗି ରହିଛି। ଫଳରେ ଲେବାନନ୍‌ର ଆର୍ଥିକ ସ୍ଥିତି ଏବେ ସଙ୍କଟ ଜନକ ହୋଇଛି। ଲୋକଙ୍କ ପାଖରେ ଟଙ୍କା ନ ଥିବାରୁ ସେମାନେ ବିବାହ ମଧ୍ୟ କରିପାରୁ ନାହାଁନ୍ତି। ତେଣୁ ଏଠାକାର ଲୋକେ ଏବେ ସାମୁହିକ ବିବାହକୁ ଅଧିକ ପସନ୍ଦ କରୁଛନ୍ତି। ଗତ ଏକ ମାସ ମଧ୍ୟରେ ଏଠାରେ ୪ ଥର ସାମୁହିକ ବିବାହ ଉତ୍ସବ ଆୟୋଜିତ ହୋଇଛି। ଏହାଦ୍ୱାରା ୧୧୬ ଯୋଡ଼ା ବିବାହ ବନ୍ଧନରେ ବାନ୍ଧି ହୋଇପାରିଛନ୍ତି। ଏଭଳି ଉତ୍ସବର ଆୟୋଜନ ମୁସଲମାନ ଶିହା ସମ୍ପ୍ରଦାୟ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍‌ ପକ୍ଷରୁ କରାଯାଇଛି। ଏହି ଉତ୍ସବ ଦ୍ୱାରା ଏହି ଆତଙ୍କବାଦୀ ସଂଗଠନ ଲୋକଙ୍କ ସମର୍ଥନ ପାଇବାକୁ ଉଦ୍ୟମ କରୁଥିବା କୁହାଯାଉଛି। ଏଭଳି ବିବାହରେ ଯୋଡ଼ାଙ୍କୁ ପୋଷାକ ସହିତ ଅନ୍ୟାନ୍ୟ ଖର୍ଚ୍ଚ ଦିଆଯାଉଛି। ବିବାହ ପରେ ସେମାନଙ୍କୁ ଲକ୍ଷେ ୪୨ ହଜାର ଟଙ୍କା(୨ ହଜାର ଡଲାର) ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। କେତେକ ପଶ୍ଚିମ ଏସିଆ ରାଷ୍ଟ୍ରରେ ମଧ୍ୟ ଏଭଳି କରାଯାଉଛି।

Share