Posted inଜାତୀୟ

ସଙ୍କଟରେ ଟେଲିକମ୍‌ ବଜାର

ନୂଆଦିଲ୍ଲୀ,୨୬ା୧୨: ସମୟ ଥିଲା ଦିନେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଟେଲିକମ୍‌ ବଜାର ଭାବେ ପରିଗଣିତ ହେଉଥିଲା। ଏବେ ଦେଶର ଟେଲିକମ୍‌ ଶିଳ୍ପ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଥିବା ଜଣାପଡିଛି। ସାରା ବିଶ୍ୱରେ ସବୁଠାରୁ ଶସ୍ତାରେ ଟେଲିକମ୍‌ ସେବା ଯୋଗାଉଥିବା ଏହି ବଜାରର ସ୍ଥିତି ସମ୍ପ୍ରତି ସଙ୍କଟାପନ୍ନ ରହିଛି। ସରକାର ଯଦି ଟେଲିକମ ସେବା ଯୋଗାଣକାରୀଙ୍କୁ ସହାୟତା ନ କରନ୍ତି, ତେବେ କମ୍ପାନୀରେ ତାଲା ଝୁଲିବାକୁ ବେଶି ସମୟ ଲାଗିବନି ବୋଲି କିଛି କମ୍ପାନୀ ସଫାସଫା କହିଛନ୍ତି। କାରଣ କମ୍ପାନୀଗୁଡିକ ଏବେ ବିପୁଳ ପରିମାଣର ଋଣ ଭାରରେ ବୁଡି ରହିଛନ୍ତି।
ଜିଓ ଭଳି କମ୍ପାନୀର ବଜାର ପ୍ରବେଶ ଫଳରେ ପ୍ରାଇସ୍‌ ଓ୍ବାର ଘଟି କମ୍ପାନୀଗୁଡିକର ସ୍ଥିତି ସାଂଘାତିକ ହୋଇଯାଇଛି। ଟେଲିକମ କମ୍ପାନୀ ଲଗାତର ଭାବେ କ୍ଷତି ସହିବା ଯୋଗୁ ଏହାକୁ ସାମ୍ନା କରି ନ ପାରି ଅନେକେ ଉକ୍ତ ସେକ୍ଟରରୁ ବାହାରକୁ ଚାଲିଯାଇଛନ୍ତି। ଏଭଳି ସ୍ଥିତିରେ ଟେଲିକମ୍‌ କମ୍ପାନୀଗୁଡିକ ଉପରେ ରହିଥିବା ପୁରୁଣା ଆଡଜଷ୍ଟେଡ୍‌ ଗ୍ରସ୍‌ ରେଭେନ୍ୟୁ (ଏଜିଆର) ଅର୍ଥ ପ୍ରଦାନ କରିବା ଲାଗି ସୁପ୍ରିମକୋର୍ଟ ନିକଟରେ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ କମ୍ପାନୀଗୁଡ଼ିକ ପାଇଁ ସମସ୍ୟା ଉପୁଜିଛି। ଏପଟେ ଟେଲିକମ୍‌ ଟାରିଫ୍‌ ବୃଦ୍ଧି ଏବଂ ସର୍ବନିମ୍ନ ଟେଲିକମ ସେବା ଦେୟ ବା ଫ୍ଲୋର ପ୍ରାଇସ୍‌ ଲାଗୁ କରାଇବା ନେଇ ସରକାରଙ୍କ ପ୍ରସ୍ତାବକୁ ଟେଲିକମ କମ୍ପାନୀଗୁଡିକ ସମର୍ଥନ ଜଣାଇଛନ୍ତି। ସେଲ୍ୟୁଲାର ଅପରେଟର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ(ସିଓଏଆଇ) ମହାନିର୍ଦ୍ଦେଶକ ରାଜନ ମାଥ୍ୟୁସ କହିଛନ୍ତି ଯେ, ଭଏସ୍‌ ନେଟଓ୍ବର୍କକୁ ଡାଟା ନେଟଓ୍ବର୍କରେ ଶୀଘ୍ର ପରିବର୍ତ୍ତନ କରାଯିବ। ଟେଲିକମ କମ୍ପାନୀ ସେମାନଙ୍କ ଅସ୍ତିତ୍ୱ ବଞ୍ଚାଇବା ଲାଗି ତ୍ୱରିତ ଭାବେ ଫ୍ଲୋର ପ୍ରାଇସ୍‌ କାର୍ଯ୍ୟକାରୀ କରାଯିବା ଜରୁରୀ ବୋଲି ବୋଲି ସେ ମତ ଦେଇଛନ୍ତି।
ସୂଚନାଥାଉ କି, ୨୦୧୯ରେ ଆମେରିକାରେ ୧ ଜିବି ଟେଲିକମ ଡାଟାର ମୂଲ୍ୟ ୧୨.୩୭ ଡଲାର ରହିଛି। ଏହି ସମୟରେ ଭାରତରେ ଏହା ୦.୨୬ ଡଲାରରେ ଉପଲବ୍ଧ ହେଉଛି। ଏହାକୁ ଦେଖିଲେ ଭାରତ ବିଶ୍ୱର ସବୁଠାରୁ ଶସ୍ତାରେ ଡାଟା ଉପଲବ୍ଧ କରାଉଥିବା ବଜାର ହୋଇପାରିଛି। ସେହିଭଳି ସବୁଠାରୁ ଦ୍ରୁତଗତିରେ ଆଗକୁ ବଢୁଥିବା ଟେଲିକମ ବଜାର ଭାବେ ଏହା ନାମିତ ହେଉଥିବା ଜଣାପଡିଛି। ହେଲେ ୨୦୧୬ଠାରୁ ପ୍ରାଇସ୍‌ ଓ୍ବାର ଯୋଗୁ ଟେଲିକମ୍‌ ଶିଳ୍ପ ଗୁରୁତର ପ୍ରଭାବିତ ହୋଇଛି। ଏବେ ଟେଲିକମ୍‌ ଶିଳ୍ପ ଉପରେ ୧.୪୭ ଲକ୍ଷ କୋଟି ଟଙ୍କାର ବକେୟା ରହିଛି। କମ୍ପାନୀଗୁଡିକ ଶୀଘ୍ର ଋଣ ଶୁଝିବାକୁ ସକ୍ଷମ ହେଉ ନ ଥିବାବେଳେ ସୁପ୍ରିମକୋର୍ଟଙ୍କ ଏଜିଆର ବକେୟା ପ୍ରଦାନ ନିର୍ଦ୍ଦେଶ ସେମାନଙ୍କ ଲାଗି ଚିନ୍ତାର କାରଣ ହୋଇଛି।
ଏକଦା ଦେଶର ଟେଲିକମ ଶିଳ୍ପରେ ୭ରୁ ୮ କମ୍ପାନୀ ସେବା ଯୋଗାଇ ଦେଉଥିଲେ। ଏହା ୩କୁ ହ୍ରାସ ଘଟିଛି। ଶିଳ୍ପରେ ଗୋଟିଏ ମାତ୍ର ରାଷ୍ଟ୍ରାୟତ୍ତ କମ୍ପାନୀ ରହିଛିି। ପ୍ରାଇସ୍‌ ଓ୍ବାର ଯୋଗୁ କମ୍ପାନୀଗୁଡିକର କ୍ଷତି ରେକର୍ଡ ସ୍ତରରେ ରହିଛି। ଏହାକୁ ଧ୍ୟାନରେ ରଖି ଶୀଘ୍ର ଫ୍ଲୋର ପ୍ରାଇସ୍‌ ଲାଗୁ କରାଇବା ଆବଶ୍ୟକ ବୋଲି ଟେଲିକମ୍‌ ଶିଳ୍ପ ସଂଘ ସିଓଏଆଇ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଭଣଜା ରେହନା ଭଦ୍ରା ରାଜନୀତିରେ କରିବେ କି ଏଣ୍ଟ୍ରି, ମିଳିଲା ସଙ୍କେତ!

ନୂଆଦିଲ୍ଲୀ,୨।୧୧: କଂଗ୍ରେସ ଏମପି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ରାହୁଲ ‘୧୦...

ଲେହରେ ଆନାଲୋଗ୍‌ ସ୍ପେସ୍‌ ମିଶନ ଆରମ୍ଭ

ନୂଆଦିଲ୍ଲୀ,୨ା୧୧: ଭାରତର ପ୍ରଥମ ଆନାଲୋଗ୍‌ ସ୍ପେସ୍‌ ମିଶନ ଶୁକ୍ରବାର ଲଦାଖର ଲେହଠାରେ ଆରମ୍ଭ ହୋଇଛି। ମହାକାଶ କେନ୍ଦ୍ର ଅନୁରୂପ ଏହି ମିଶନ ପୃଥିବୀ ବାହାରେ ବେସ୍‌...

ପୁଣି ଆଖି ଦେଖାଇଲା କାନାଡା, ଶତ୍ରୁ ଦେଶ ତାଲିକାରେ ଭାରତକୁ ରଖିଲା

ନୂଆଦିଲ୍ଲୀ,୧।୧୧: ସୁଧୁରୁନି କାନାଡା। କ୍ଷମା ମାଗିବା ପରେ ବି ଭାରତକୁ ତର ଦେଖାଇଛି କାନାଡା। ଏବେ ଭାରତକୁ ଶତ୍ରୁ ଦେଶ ତାଲିକାରେ ରଖିଛି କାନାଡା। କାନାଡାର...

ଚଳିତ ଶୀତ ଅଧିବେଶନରେ ପୁଣି ପୁରୁଣା ସଂସଦରେ ବସିବେ ଏମପି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧।୧୧: ସଂସଦର ଶୀତ ଅଧିବେଶନ ଚଳିତ ମାସରେ ଆରମ୍ଭ ହୋଇପାରେ । ଏହି ଅଧିବେଶନ ନଭେମ୍ବର ୨୫ରୁ ଡିସେମ୍ବର ୨୦ ଯାଏ ଚାଲିପାରେ । ଏକ...

ଗୁଗୁଲ ଉପରେ ଲାଗିଲା ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା, ନମାନିଲେ ପ୍ରତିଦିନ ବଢିବ…

ନୂଆଦିଲ୍ଲୀ,୧।୧୧: ସର୍ଚ୍ଚ ଇଞ୍ଜିନ ଗୁଗୁଲ ଉପରେ ଲାଗିଛି ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା। ଏହା ୨୦ ଡିସିଲିୟନ ଡଲାର ସହ ସମାନ। ଋଷିଆ ପକ୍ଷରୁ ଗୁଗଲ ଉପରେ...

ମୁଁ ଲାଲୁଙ୍କ ସହ ଯିବାକୁ ପ୍ରସ୍ତୁତ ଅଛି, ଯଦି ସେ…, ଖୋଲା ଅଫର ଦେଲେ ପ୍ରଶାନ୍ତ କିଶୋର

ପାଟନା,୧।୧୧: ଜନ ସୁରାଜ ପାର୍ଟି ନେତା ପ୍ରଶାନ୍ତ କିଶୋର ବେଲାଗଞ୍ଜ ବିଧାନସଭାର ବିଭିନ୍ନ ସ୍ଥାନରେ ସାଧାରଣ ସଭା ମାଧ୍ୟମରେ ପ୍ରଚାର କରିଥିଲେ। ଏହି ସମୟରେ ସେ...

ଦୀପାବଳିରେ କୋଟିପତିଙ୍କୁ ଲାଗିଲା କୋଟି କୋଟି ଟଙ୍କାର ଝଟ୍‌କା, ଆଦାନୀ-ଅମ୍ବାନୀଙ୍କ ସହ କମିଲା ମସ୍କଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତରେ ଲୋକେ ଯେବେ ଗୁରୁବାର ରାତିରେ ଦୀପାବଳି ପାଳନ କରୁଥିଲେ ସେତେବେଳେ ଆମେରିକା ସେୟାର ମାର୍କେଟରେ ହ୍ରାସର ଝଡ଼ ସୃଷ୍ଟି ହୋଇଛି। ଫଳରେ ଡାଉଜୋନ୍ସ...

ନଭେମ୍ବରରେ ଅବସର ନେବେ ସିଜେଆଇ ଚନ୍ଦ୍ରଚୁଡ, ଯିବା ସମୟରେ ଶୁଣାଇବେ ୫ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୁଡ ୧୦ ନଭେମ୍ବରରେ ଅବସର ନେଉଛନ୍ତି। ତାଙ୍କର କାର୍ଯ୍ୟକାଳ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ସ୍ମରଣୀୟ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri