Categories: ଜାତୀୟ

ସଙ୍କଟରେ ଧର୍ମନିରପେକ୍ଷତା, ନାଗରିକତ୍ୱ

ନୂଆଦିଲ୍ଲୀ,୬ା୨(ପି.ଟି.): ଦେଶରେ ଧର୍ମନିରପେକ୍ଷତା ଓ ନାଗରିକତ୍ୱ ଏବେ ସଙ୍କଟରେ ରହିଛି। କେହି ଧର୍ମନିରପେକ୍ଷତା କଥା କହିଲେ, ତାଙ୍କୁ ଦେଶବିରୋଧୀ ଆଖ୍ୟା ଦିଆଯାଉଛି। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ବୁଧବାର ଏଭଳି ଭାଷାରେ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌।
ଫର୍‌ ଏ ନେଶନ୍‌: ପାଥ୍‌ସ ଆଣ୍ଡ ପରସ୍ପେକ୍ଟିଭ୍‌ସ’ ଶୀର୍ଷକ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବରମ୍‌ କହିଛନ୍ତି, ଆଜିକାଲି ଏଭଳି ହୋଇଗଲାଣି ଯେ ଯଦି କେହି ଧର୍ମନିରପେକ୍ଷତା କଥା କହୁଛନ୍ତି, ତାଙ୍କର ଦେଶଭକ୍ତିକୁ ନେଇ ପ୍ରଶ୍ନ ଉଠାଯାଉଛି। ଏପରି କି କେତେଜଣ ଲୋକ ତାଙ୍କର ନାଗରିକତ୍ୱକୁ ନେଇ ମଧ୍ୟ ପ୍ରଶ୍ନ କରୁଛନ୍ତି। ଏହା ବିପଦର ଏକ ବିନ୍ଦୁ। ସେହିପରି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି, ଦେଶର ଏକ ସମାନ୍ତରାଳ ନିଦର୍ଶନର ଆବଶ୍ୟକତା ରହିଛି। ଚିନ୍ତାଧାାରାଗୁଡ଼ିକର ପୁନଃ ଉଚ୍ଚାରଣ କରି ଲୋକଙ୍କ ପାଖରେ ପହଞ୍ଚତ୍ବା ଅପରିହାର୍ଯ୍ୟ ହୋଇଗଲାଣି। ସମୃଦ୍ଧ ଭାରତ ଫାଉଣ୍ଡେଶନ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକକୁ ଚିଦାମ୍ବରମ୍‌ଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‌ ଅନ୍‌ସାରୀ ଉନ୍ମୋଚନ କରିଛନ୍ତି।

Share