ସଙ୍କଟରେ ଭାରତୀୟ ଦଳ

ମାଞ୍ଚେଷ୍ଟର,୧୦।୭- ଏଠାରେ ଚାଲିଥିବା ସେମିଫାଇନାଲରେ ପ୍ରାରମ୍ଭିକ ଝଟ୍‌କା ଯୋଗୁ ଭାରତୀୟ ଦଳ ସଙ୍କଟରେ ପଡ଼ିଛି। ଫୁଲ୍‌ ଫର୍ମରେ ଥିବା ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି, ଓପ୍‌ନର ଲୋକେଶ ରାହୁଲ ଓ ଦୀନେଶ କାର୍ତ୍ତିକ ସଅଳ ଆଉଟ୍‌ ହୋଇଛନ୍ତି। ରୋହିତ ୧ ରନ୍‌ କରି ମ୍ୟାଟ୍‌ ହେନ୍‌ରୀଙ୍କ ବଲରେ ଉଇକେଟକିପର ଟମ୍‌ ଲଥାମଙ୍କ ହାତରେ କ୍ୟାଚ୍‌ ହୋଇଛନ୍ତି। ସେହିଭଳି ଅଧିନାୟକ କୋହଲି (୧) ପେସର ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ। ଓପନର ରାହୁଲ (୧) ହେନ୍‌ରୀଙ୍କ ବଲରେ କ୍ୟାଚ୍‌ ହୋଇଛନ୍ତି। ଏହାପରେ କ୍ରିଜ୍‌ରେ ଜମି ଆସୁଥିବା କାର୍ତ୍ତିକଙ୍କୁ ହେନ୍‌ରୀ ଜିମ୍ମି ନିଶାମଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ପରାଇଥିଲେ। ଫଳରେ ଭାରତୀୟ ଦଳ ୧୦ ଓଭର ସୁଦ୍ଧା ୪ ଉଇକେଟ ହରାଇ ୨୪ ରନ୍‌ କରିଛି।

Share