Categories: ଖେଳ

ସଙ୍କଟରେ ସଚିନଙ୍କ ରେକର୍ଡ

ଧର୍ମଶାଳା,୧୧।୩- ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଆଉ ଏକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। କୋହଲି ଦିନିକିଆ ଫର୍ମାଟରେ ୧୨ ହଜାର ରନ୍‌ଠାରୁ ମାତ୍ର ୧୩୩ ରନ୍‌ ଦୂରରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୨୩୯ ଇନିଂସ ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧୩୩ ରନ୍‌ କଲେ ସେ ୧୨ ହଜାର ରନ ପୂରଣ କରିବାରେ ବିଶ୍ୱର ଦ୍ରୁତତମ ବ୍ୟାଟ୍ସମ୍ୟାନ ହେବେ। ଏହି ରେକର୍ଡ ବର୍ତ୍ତମାନ ତେନ୍ଦୁଲକରଙ୍କ ନାମରେ ରହିଛି। ଲିଷ୍ଟଲ ମାଷ୍ଟର ୩୦୦ ତମ ଇନିଂସରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଥିଲେ। ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ (୩୧୪ ଇନିଂସ) ଓ ପୂର୍ବତନ ଶ୍ରୀଲଙ୍କା ଅଧିନାୟକ କୁମାର ସଙ୍ଗକାରା (୩୩୬) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

Share