Categories: ଜାତୀୟ

‘ସଙ୍କଟ ଆଗରେ ମୁଣ୍ଡ ନୁଆଁଇବନି ଭାରତ’

କରୋନା ସଂକ୍ରମଣକୁ ନେଇ ଦେଶ ଏବେ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି। ତେବେ ଏହାକୁ ନେଇ ଭୟ କରିବାର କିଛି କାରଣ ନାହିଁ। ସଙ୍କଟ ନିକଟରେ ଦେଶ ମୁଣ୍ଡ ନୁଆଁଇବ ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି। ଯେଉଁମାନେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ସେମାନଙ୍କୁ ସାହାଯ୍ୟ କରିବା ଲାଗି କଂଗ୍ରେସ ନେତ୍ରୀ କେତେକ ପଦକ୍ଷେପର ପ୍ରସ୍ତାବ ଦେଇଛନ୍ତି। ଏହି ସଂକ୍ରମଣକୁ ନେଇ ଦେଶର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥିବାରୁ ସରକାର ବିଭିନ୍ନ ସେକ୍ଟର ପାଇଁ ରିଲିଫ୍‌ ପ୍ୟାକେଜ୍‌ ଘୋଷଣା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଦେଶରେ ନମୁନା ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢ଼ାଇବା ଲାଗି ସେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥିସହିତ ଭୂତାଣୁ ବିରୋଧରେ ଲଢ଼େଇ ଲାଗି ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସୋନିଆ କହିଛନ୍ତି।

Share