ସଙ୍କଟ ସମୟରେ ହନୁମାନଙ୍କ ଭଳି ମୋଦି ଆଣିଦେଲେ ସଞ୍ଜିବନୀ ବୁଟି: ବ୍ରାଜିଲ୍‌ ରାଷ୍ଟ୍ରପତି

ବ୍ରାସିଲିଆ,୮।୪: କରୋନା ସଂକ୍ରମଣ ଯୋଗୁ ବ୍ରାଜିଲ୍‌ରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବ୍ରାଜିଲ ରାଷ୍ଟ୍ରପତି ଜେୟର ଏମ୍‌. ବୋଲସାନାରୋ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାଇଡ୍ରୋକ୍ସିକ୍ଲୋରୋକ୍ୟୁଇନ୍‌ ଔଷଧ ଯୋଗାଇଦେବାକୁ ଅନୁରୋଧ କରିଥିଲେ। ମୋଦି ଏହାକୁ ଯୋଗାଇ ଦେବାରୁ ବୋଲସାନାରୋ ପ୍ରଶଂସା କରିଛନ୍ତି। ସେ ମୋଦିଙ୍କୁ ପ୍ରଭୁ ହନୁମାନଙ୍କ ସହିତ ତୁଳନା କରିଛନ୍ତି। ମୋଦି ପ୍ରଭୁ ହନୁମାନଙ୍କ ଭଳି ସଙ୍କଟ ସମୟରେ ସଞ୍ଜିବନୀ ବୁଟି ଆଣିଦେଇଥିବା ସେ କହିଛନ୍ତି। ସେହିପରି ଆମେରିକାରେ ହାଇଡ୍ରୋକ୍ସିକ୍ଲୋରୋକ୍ୟୁଇନ୍‌ ଔଷଧ ପହଞ୍ଚିବା ପରେ ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ଭାରତରୁ ହାଇଡ୍ରୋକ୍ସିକ୍ଲୋରୋକ୍ୟୁଇନ୍‌ ଔଷଧ ନେବା ପାଇଁ ପୃଥିବୀର ୩୦ରୁ ଅଧିକ ଦେଶ ଅନୁରୋଧ କରିଛନ୍ତି।

Share