Categories: ବାଣିଜ୍ୟ

ସଙ୍କଟ ସ୍ଥିତିକୁ ଆସିପାରେ ୫୨% ଚାକିରି

ନୂଆଦିଲ୍ଲୀ, ୬।୪: କରୋନା ପ୍ରଭାବକୁ କମ୍‌ କରିବା ଲାଗି ସରକାର ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। ଏହାର ପ୍ରଭାବ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ଭାବେ ପଡିଛି। କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିଆଇଆଇ) ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣ ମୁତାବକ ଅନେକ ଲୋକଙ୍କ ନିଯୁକ୍ତି ଉପରେ କରୋନା ମାଡ କରିବାର ସ୍ଥିତି ଉପୁଜିଛି। ଏଭଳି ସ୍ଥିତିରେ ୫୨% ଚାକିରି ସଙ୍କଟ ସ୍ଥିତିକୁ ଆସିପାରେ ବୋଲି ସିଆଇଆଇର ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସିଆଇଆଇ ୨୦୦ ପ୍ରମୁଖ କମ୍ପାନୀର ସିଇଓଙ୍କୁ ନେଇ ଏକ ସର୍ବେକ୍ଷଣ କରିଥିଲା। ଅଧିକାଂଶ କମ୍ପାନୀଙ୍କ ଆୟ ଉପର ଏବେ କରୋନାର ନକରାତ୍ମକ ପ୍ରଭାବ ରହିଛି। ଏହା ଦ୍ୱାରା ଲୋକଙ୍କର ଚାକିରି ଯିବାର ଆଶଙ୍କାକୁ ବଢାଇଛି। ଏପ୍ରିଲ-ଜୁନ ଏବଂ ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ ଅଧିକାଂଶ କମ୍ପାନୀଗୁଡିକର ଲାଭ ୧୦%ରୁ ଅଧିକ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା କରାଯାଉଛି। ଏହା ଦ୍ୱାରା ୨ ତ୍ରୈମାସରରେ କମ୍ପାନୀଗୁଡିକର ଲାଭ ହ୍ରାସ ହେବା ନେଇ କୁହାଯାଇଛି। ଏହି ସମୟରେ କମ୍ପାନୀଗୁଡିକର ଆୟ ଏବଂ ଲାଭରେ ବୃହତ୍ତ ପରିମାଣର କ୍ଷତି ହେବ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବ ଦେଶର ବିକାଶ ହାର ଉପରେ ପଡିବ ବୋଲି ଆଶଙ୍କା ରହିଛି। ଲକ୍‌ଡାଉନ ଶେଷ ହେବା ପରେ ୪୭% କମ୍ପାନୀଗୁଡିକରେ ୧୫%ରୁ କମ୍‌ ନିଯୁକ୍ତି ଉପରେ ପ୍ରଭାବ ପଡିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିଭଳି ୩୨% କମ୍ପାନୀରେ ୧୫ରୁ ୩୦% ନିଯୁକ୍ତି ହ୍ରାସ ହୋଇପାରେ। ଏବେ ସାରା ଦେଶରେ କରୋନା ମାଲା ବଢି ବଢି ଚାଲିଛି। ଲକ୍‌ଡାଉନ ପାଇଁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ଯାଇଛି।

Share