ସଙ୍ଗରୋଧରେ ରହିଲେ କରଣ ଜୋହର

ବଲିଉଡର ଜଣାଶୁଣା ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ଘରେ କାମ କରୁଥିବା ଦୁଇ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ଖବର ଜଣାପଡିବା ପରେ କରଣ ନିଜକୁ ସଙ୍ଗରୋଧରେ ରଖିଛନ୍ତି। କରଣ ଜୋହର ନିଜେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଏହି ଏହି ଦୁଇ କର୍ମଚାରୀଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖିବା ମାତ୍ରେ ମୁଁ ଦୁଇ ଜଣଙ୍କୁ ନିଜ ବିଲ୍ଡିଂରେ ହୋମ କ୍ୱାରାଣ୍ଟାଇନ୍‌ରେ ରଖିଥିଲି।
ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ଅବଶିଷ୍ଟ ପରିବାର ସୁସ୍ଥ ଏବଂ ନିରାପଦରେ ଅଛନ୍ତି। ପରିବାରର ସମସ୍ତ ସଦସ୍ୟ ସୋମବାର ସକାଳେ ସେମାନଙ୍କର ସ୍ବାବ ପରୀକ୍ଷା କରିଥିଲେ ଏବଂ ଫଳାଫଳ ସବୁ ନେଗେଟିଭ ଆସିଥିଲା। ଏହା ସତ୍ତ୍ୱେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଆସନ୍ତା ୧୪ ଦିନ ହୋମ-କ୍ବାରାଣ୍ଟାଇନ୍‌ରେ ରହିବେ। ଏହାପୂର୍ବରୁ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ଘରେ କାମ କରୁଥିବା ତିନିଜଣ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ।

Share