ସଙ୍ଗରୋଧ କେନ୍ଦ୍ରରୁ ଫେରାର ପ୍ରବାସୀଙ୍କୁ ଉଦ୍ଧାର କଲେ ଗ୍ରାମବାସୀ

ବେତନଟୀ,୩ା୬(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଯୁଗଳ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରୁ ଜଣେ ପ୍ରବାସୀ ମଙ୍ଗଳବାର ଅପରାହ୍ନ ୨ଟା ବେଳେ ଫେରାର ହୋଇଯାଇଥିଲେ। ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀ ଓ ସ୍ଥାନୀୟ ଗ୍ରାମବାସୀ ସନ୍ଧ୍ୟାରେ ଯୁଗଳ ହାଟରୁ ତାଙ୍କୁ ଉଦ୍ଧାର କରି ପୁନର୍ବାର ସଙ୍ଗରୋଧ କେନ୍ଦ୍ରରେ ଛାଡ଼ିଛନ୍ତି। ସୂଚନା ଅନୁଯାୟୀ, ଗତ ସୋମବାର ଗୁଜରାଟରୁ ଫେରିଥିବା ୨ ପ୍ରବାସୀଙ୍କୁ ଯୁଗଳ ପଞ୍ଚାୟତର ଥିବା ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଥିଲା। ଏହି ୨ଯୁବକ ବିଭିନ୍ନ ବାହାନା କରି ସଙ୍ଗରୋଧ କେନ୍ଦ୍ରରେ ପାଟିତୁଣ୍ଡ କରୁଥିଲେ l ସେମାନଙ୍କ ମଧ୍ୟରୁ ଜଣେ ଯୁବକ ସଙ୍ଗରୋଧ କେନ୍ଦ୍ରରୁ ଫେରାର ହୋଇଯାଇଥିବା ନେଇ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଜଣେ ଶିକ୍ଷକ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ପୋଲିସ ସଙ୍ଗରୋଧ କେନ୍ଦ୍ରକୁ ଆସି ତଦନ୍ତ କରି ଫେରିଛି। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

Share