ସଙ୍ଗରୋଧ କେନ୍ଦ୍ରରୁ ଲୁଚି ପଳାଉଥିବା ଯୁବକ ଅଟକ

ଖଇରା,୨୦।୫(ଡି.ଏନ.ଏ): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ବଡ ଜୟିପୁର ହାଇସ୍କୁଲର ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ବା ସଙ୍ଗରୋଧ କେନ୍ଦ୍ରରୁ ଲୁଚି ଘରକୁ ପଳାଇ ଯାଉଥିବା ଜଣେ ପ୍ରବାସୀଙ୍କୁ ଗ୍ରାମବାସୀ କାବୁକରି ପୁଣି କେନ୍ଦ୍ରକୁ ଫେରାଇ ନେଇଛନ୍ତି । ଉକ୍ତ ଯୁବକ ଜଣକ କେନ୍ଦ୍ରରେ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ସ୍କୁଲ ପଛପଟ ପାଚେରୀ ଡେଇଁ ବେଲକୁଲା ଗ୍ରାମର ନିଜ ଘରକୁ ପଳାଇ ଯିବାକୁ ଉଦ୍ୟମ କରୁଥିଲେ। ହେଲେ ସରପଞ୍ଚ ଖବର ପାଇ ଗ୍ରାମବାସୀଙ୍କ ଜରିଆରେ ଖୋଜି ପୁଣି କେନ୍ଦ୍ରକୁ ଆଣି ରଖିଥିଲେ। ତେବେ ନିମ୍ନମାନର ଖାଦ୍ୟ ବିଷୟକୁ ସରପଞ୍ଚ ସଞ୍ଜୟ ପଣ୍ଡା ଅସ୍ବୀକାର କରିବା ସହ ରୋଷେଇ ଟେଣ୍ଟ ଉଡିଯିବା କାରଣରୁ ମଧ୍ୟାହ୍ନ ଭୋଜନରେ ବିଳମ୍ବ ହୋଇଥିବା କହିଛନ୍ତି।