Advertisement

ସଙ୍ଗରୋଧ କେନ୍ଦ୍ରରେ ପ୍ରସବ କଲେ ମହିଳା

ବୋରିଗୁମ୍ମା,୨୮ା୫(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ କାଠରଗଡ଼ା ସଙ୍ଗରୋଧ କେନ୍ଦ୍ରରେ ଜଣେ ମହିଳା ପ୍ରସବ କରିଛନ୍ତି। ବୁଧବାର ସାରେ ସେ ଏକ ଶିଶୁପତ୍ରକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମହିଳା ଏବଂ ତାଙ୍କ ସ୍ବାମୀ ଆନ୍ଧ୍ରପ୍ରଦେଶରୁ ଫେରି ୧୨ଦିନ ହେଲା ଏଠାରେ ସଙ୍ଗରୋଧରେ ରହିଛନ୍ତି। ବୁଧବାର ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ଏହା ଜାଣି କାଠରଗଡ଼ା ସରପଞ୍ଚ ତୁରନ୍ତ ଡାକ୍ତରଙ୍କୁ ଡକାଇବା ସହ ସ୍ଥାନୀୟ ବିଡିଓ ପ୍ରଣୟ ରଞ୍ଜନ ବେହେରାଙ୍କୁ ସୂଚନା ଦେଇଥିଲେ। ଡାକ୍ତର ପହଞ୍ଚି ସଙ୍ଗରୋଧ କେନ୍ଦ୍ରରେ ମହିଳାଙ୍କ ପ୍ରସବ କରାଇଥିଲେ। ମା’ ଓ ଶିଶୁ ସୁସ୍ଥ ଥିବାବେଳେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share