Categories: କଟକ

ସଙ୍ଗରୋଧ କେନ୍ଦ୍ରରେ ବନ୍ଦେ ଉତ୍କଳ ଜନନୀ ଗାଇଲେ ପ୍ରବାସୀ

ଚୌଦ୍ୱାର,୩୦ା୫(ଡି.ଏନ.ଏ.)-କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଚୌଦ୍ୱାର କଲେଜ ମହିଳା ଛାତ୍ରୀ ନିବାସରରେ ରହୁଥିବା ପ୍ରବାସୀମାନେ ଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହମବତୀ ଜାଳିବା ସହିତ ‘ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ଏହି କେନ୍ଦ୍ରରେ ରହୁଥିବା ଜିଲା ତଥା ରାଜ୍ୟ ବାହାରର ୪୦ ଜଣ ପ୍ରବାସୀ ସାମାଜିକ ଦୂରତା ତଥା ମୁହଁରେ ମାସ୍କ ପିନ୍ଧି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥିର କରାଯାଇଥିବା ସମୟ ନିର୍ଘଣ୍ଟ ଅନୁଯାୟୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।