ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଏସ୍‌ପି

ସୋରଡା,୬ା୫(ଡି.ଏନ୍‌.ଏ.)- ସୋରଡା ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ୨୨୦୮ ଜଣ ପ୍ରବାସୀ ରହୁଛନ୍ତି। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ବ୍ଲକରେ ପହଞ୍ଚତ୍ ସଙ୍ଗରୋଧ କେନ୍ଦ୍ରର ପରିଚାଳନା ନେଇ ସମୀକ୍ଷା କରିଥିଲେ। ଆଦର୍ଶ ବିଦ୍ୟାଳୟ କେନ୍ଦ୍ରକୁ ଯାଇ ବୁଲି ଦେଖିବା ସହ ସେଠାରେ ଥିବା ଶିଶୁ ମାନଙ୍କ ସୁବିଧାଅସୁବିଧା ସମ୍ପର୍କରେ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ପ୍ରଧାନଙ୍କ ସହ ବ୍ଲକର ଅନ୍ୟ କେନ୍ଦ୍ରମାନଙ୍କୁ ଯାଇ ପରିଦର୍ଶନ କରିଥିଲେ। ଏପରି ଘଡିସନ୍ଧି ମୁହୂର୍ତ୍ତରେ ପୋଲିସ ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗର ନିୟମ ମାନିବା ସମସ୍ତଙ୍କ ପାଇଁ ଦାୟିତ୍ୱ ବୋଲି ଏସ୍‌ପି ରୟ କହିଥିଲେ।

Share