ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଉପ ଜିଲାପାଳ

ପାଟପୁର,୮ା୫- ସାନଖେମୁଣ୍ଡି ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ୧୭୨୪ ଜଣ ପ୍ରବାସୀ ରହୁଛନ୍ତି। ବ୍ରହ୍ମପୁର ଉପ ଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଶୁକ୍ରବାର ବ୍ଲକରେ ପହଞ୍ଚତ୍ ସଙ୍ଗରୋଧ କେନ୍ଦ୍ରର ପରିଚାଳନା ନେଇ ସମୀକ୍ଷା କରିଥିଲେ। ପାଟପୁର ବିଶ୍ୱାସରାୟ କେନ୍ଦ୍ରକୁ ଯାଇ ବୁଲି ଦେଖିବା ସହ ସେଠାରେ ଥିବା ଶିଶୁ ମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପଚାରି ବୁଝିଥିଲେ। ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ, ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀଦତ୍ତ ନାୟକଙ୍କ ସହ ଭାଉସାହେବ ବ୍ଲକର ଖଲିଙ୍ଗି, ଆଡ଼ପଡା ଓ ଅନ୍ୟ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ। ଏପରି ଘଡିସନ୍ଧି ମୁହୂର୍ତ୍ତରେ ନିୟମ ମାନିବା ସମସ୍ତଙ୍କ ଦାୟିତ୍ୱ ବୋଲି ଉପଜିଲାପାଳ ପ୍ରବାସୀ ମାନଙ୍କୁ କହିଥିଲେ।

Share