ସଙ୍ଗରୋଧ ଗୃହକୁ ଗଲେ ୧୦ ଟ୍ରକ୍‌ ଚାଳକ

କୁଆଁରମୁଣ୍ଡା,୮।୪ (ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥର ଯମୁନାନାକି ଛକରେ ୨ ଦିନ ଧରି ଅଟକି ରହିଥିବା ଟ୍ରକ୍‌ ଚାଳକମାନଙ୍କୁ ସଙ୍ଗରୋଧ ଗୃହକୁ ପଠା ଯାଇଛି। ସ୍ଥାନୀୟ ପଦ୍ମପୁର ପଞ୍ଚାୟତ ସରପଞ୍ଚ ବିଜୟଲକ୍ଷ୍ମୀ କାଲୋ ଏମାନଙ୍କୁ ପ୍ରଥମେ ଭେଟି ଭଲମନ୍ଦ ପଚାରି ବୁଝିଥିଲେ। ଏହି ସତ୍ମୟରେ ଚାଳକମାନେ ସଙ୍ଗରୋଧ ଗୃହକୁ ଯିବାକୁ ସ୍ବେଚ୍ଛାକୃତ ଭାବେ କହିଥିଲେ। ଏଣୁ ପଦ୍ମପୁର ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରକୁ ଏମାନଙ୍କୁ ପଠାଯାଇଛି।