ସଙ୍ଗରୋଧ ଗୃହରେ ପ୍ରବାସୀ ଶ୍ରମିକଙ୍କୁ ଭେଟିଲେ, ମାସ୍କ ବାଣ୍ଟିଲେ ବିଧାୟକ

କୋକସରା,୬।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଧର୍ମଗଡ ବିଧାୟକ ମୌଷଧି ବାଗ କୋକସରା ସହର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ମାସ୍କ ଓ ସାବୁନ ବଣ୍ଟନ କରିଛନ୍ତି। ପରେ ସ୍ଥାନୀୟ ଜବାହର ଉଚ୍ଚ ବିଦ୍ୟାପୀଠରେ କରାଯାଇଥିବା ଅସ୍ଥାୟୀ କୋଭିଡ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କୁ ସେ ଭେଟିଥିଲେ। ଏ ନେଇ ସେ କୋକସରା ବିଡିଓ ମନୀଷା ଦାସଙ୍କ ସହ ଆଲୋଚନା କରିଥିଲେ। ଗସ୍ତକାଳରେ ବ୍ଲକ ବିଜେଡି ବ୍ଲକ ସଭାପତି ସୁଶାନ୍ତ ବେହେରା, ସମ୍ପାଦକ ପଞ୍ଚକ ପୋଡ, ପ୍ରମୋଦ ପ୍ରଧାନୀ, ମାନସ କୁମାର ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Share