Advertisement

ସଙ୍ଗରୋଧ ଗୃହରେ ଭୁବନେଶ୍ୱର ଫେରନ୍ତା

ଦାରିଙ୍ଗବାଡ଼ି,୭।୪(ଡି.ଏନ.ଏ)- ଭୁବନେଶ୍ୱର ଅଞ୍ଚଳରେ ରହୁଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ୩ ପରିବାରର ପ୍ରାୟ ୧୪ ଜଣ ଗଁାରେ ପହଞ୍ଚତ୍ଛନ୍ତି। ଦାରିଙ୍ଗବାଡ଼ିର ଡବେରୀ ଗ୍ରାମଠାରେ ପହଞ୍ଚତ୍ବା ପରେ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ସୀମା ସିଲ୍‌ କରାଯାଇ ପୋଲିସ ଜଗି ରହିଥିଲା। ଏତେ ଲୋକଙ୍କୁ ଦେଖି ଆଇଆଇସି କୌଶିକ ମାଝୀ ଦାରିଙ୍ଗବାଡ଼ି ତହସିଲଦାର ନୀତିଶ ତ୍ରୀପାଠି ଏବଂ ବିଡିଓ ଡ. ଜଗଦୀଶ ଷଡଙ୍ଗୀଙ୍କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚତ୍ ଡବେରୀଠାରେ କରାଯାଇଥିବା ସଙ୍ଗରୋଧ ପ୍ରକୋଷ୍ଠରେ ସେମାନଙ୍କୁ ରଖାଯିବା ସହ ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share