ବେଗୁନିଆପଡ଼ା,୧୩ା୫(ଡି.ଏନ୍.ଏ.)- ଗଞ୍ଜାମ ଜିଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ସନ୍ତୋଷିନୀ ପ୍ରଧାନଙ୍କର ମଙ୍ଗଳବାର ଅପରାହ୍ନରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ସନ୍ତୋଷିନୀ ଓ ତାଙ୍କ ସ୍ବାମୀ ଗତ ୬ ତାରିଖରୁ ସୁରଟରୁ ଫେରି ଉକ୍ତ ସଙ୍ଗରୋଧ ଗୃହରେ ରହୁଥିଲେ। ମଙ୍ଗଳବାର ପ୍ରସବ ଯନ୍ତ୍ରଣା ହେବାରୁ ଡାକ୍ତର ସଞ୍ଜୟ କୁମାର ସାହୁ, ସ୍ବାସ୍ଥ୍ୟ କର୍ମଚାରୀ ସୁରେନ୍ଦ୍ର କୁମାର ପ୍ରଧାନ, ଜୟନ୍ତୀ ମଲ୍ଲ ପହଞ୍ଚତ୍ ପ୍ରସବ କରାଇଥିଲେ। ସରପଞ୍ଚ ପ୍ରତିନିଧି ଦୀପ୍ତି ପ୍ରକାଶ ନାୟକ, ନୋଡାଲ ଅଫିସର ଦିଲୀପ କୁମାର ବେହେରା ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା କରିଥିଲେ। ବର୍ତ୍ତମାନ ମା’ ଓ ଶିଶୁ ସୁସ୍ଥ ଥିବାବେଳେ ଉକ୍ତ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି।