Categories: ଖେଳ

ସଚିନଙ୍କୁ ‘ଭଗବାନ କୃଷ୍ଣ’ କହି ପ୍ରଶଂସକଙ୍କ ହୃଦୟ ଜିତିଲେ ଏହି କ୍ରିକେଟର୍‌

ଭାରତର ପୂର୍ବତନ କ୍ରିକେଟର୍‌ ମହମ୍ମଦ କୈଫ ନିଜ ଟୁଇଟର ଆକାଉଣ୍ଟରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ କୈଫ୍‌ ସଚିନଙ୍କ ସହ ନଜର ଆସୁଛନ୍ତି କୈଫ। ଏହାର କ୍ୟାପଶନ୍‌ରେ ସେ କହିଛନ୍ତି, ‘ଭଗବାନ କୃଷ୍ଣଙ୍କ ସହ ସୁଦାମା ମୁହୂର୍ତ୍ତ’। ଏହି ଟୁଇଟ୍‌କୁ ନେଇ ତାଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି ୟୁଜର୍ସ। କୈଫ୍‌ ଜଣେ ଉଚ୍ଚକୋଟୀର ଫିଲ୍ଡର ଥିଲେ, ଫିଲ୍ଡିଂ ଭଳି ତାଙ୍କ ଚିନ୍ତାଧାରା ମଧ୍ୟ ଦୃଢ ବୋଲି ୟୁଜର୍ସ କହିଛନ୍ତି। କୈଫ୍‌ଙ୍କ ଏହି ଫଟୋରେ ଏପର୍ଯ୍ୟନ୍ତ ୩୩ ହଜାର ଅଧିକ ଲୋକ ପସନ୍ଦ କରିସାରିଥିବାବେଳେ ସାଢେ ୩ ହଜାରରୁ ଅଧିକ ରିଟୁଇଟ୍‌ ହୋଇସାରିଲେଣି।

Share